ଛତର ଯାତ୍ରା ପାଇଁ ଭବାନୀପାଟଣାରେ ୧୪୪ ଧାରା
କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ କଟକଣା ଜାରି କରିଛି ପ୍ରଶାସନ । ସହରରେ ଜାରି କରାଯାଇଛି ୧୪୪ ଧାରା। ଏହା ସହିତ ଭବାନୀପାଟଣାର ସବୁ ପ୍ରବେଶ ପଥକୁ ସିଲ୍ କରାଯାଇଛି। ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୧୦ ପ୍ଲାଟୁନ ଫୋର୍ସ।
ରାଜ ଉଆସରେ ଥିବା ମାଣିକେଶ୍ୱରୀ ପୀଠରେ ମଧ୍ୟରାତ୍ରିରେ ହୋଇଛି ମାଆଙ୍କ ପୂଜା ଓ ତାଙ୍କ ଛତରକୁ ଜେନା ଖାଲକୁ ନିଆଯାଇଛି। ସେଠାରେ ମଧ୍ୟ ଗୁପ୍ତ ପୂଜା ହୋଇଛି। ଆଜି ମାଆଙ୍କ ବିଜୟ ପ୍ରତିମା ଛତର୍ ଜେନାଖାଲରୁ ମନ୍ଦିରକୁ ଆସିବ। ଏହି ଶୋଭାଯାତ୍ରାରେ ସାଧାରଣ ଭକ୍ତ ସାମିଲ ହେବେ ନାହିଁ। ଛତର୍ ଯାତ୍ରା ସମୟରେ ଭକ୍ତମାନେ ବଳି ମଧ୍ୟ ଦେଇଥାନ୍ତି। ତେବେ ଏହାକୁ ବନ୍ଦ କରିବାକୁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିଛି ଜିଲ୍ଲା ପ୍ରଶାସନ । ଛତର ଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଗତ ଦୁଇ ବର୍ଷ ହେବ କରୋନା କଟକଣା ପାଇଁ ବିନା ଭକ୍ତ ରେ ପରମ୍ପରା ପାଳନ କରାଯାଉଛି।
Powered by Froala Editor