Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, November 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଚରିତ୍ର ଗଠନ, ଦେଶପ୍ରେମ ଓ ...

  • ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ...

  • ଭୂକମ୍ପ ଝଟକାରେ ଥରି ଉଠି⁰ଲା ୩ ରାଜ୍ୟ

  • ଚର୍ଚ୍ଚାରେ ସେଫ୍ ରଣବୀର ବ୍ରାରଙ୍କ ସୁନା ...

  • ମିଠା ଭାବି ଖାଇଦେଲେ ବୋମା, ଚାଲିଗଲା ...

  • ସ୍ୱାଭିମାନ ବିବାହ କଲେ ଅନିରୁଦ୍ଧ-କାବ୍ୟା

  • ଭିଡିଓ ସୁଟିଂ ବେଳେ ବାଘୁଣୀ ଆକ୍ରମଣ, ଯୁବକ ...

  • ମିନି ବସ୍ ଓ କଣ୍ଟେନର ଟ୍ରକ୍ ଧକ୍କାରେ ୨୪ ...

  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

  • ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୬ବର୍ଷର ଶିଶୁକୁ ଝାମ୍ପିନେଲା ଚିତାବାଘ

୬ବର୍ଷର ଶିଶୁକୁ ଝାମ୍ପିନେଲା ଚିତାବାଘ

2021-10-13 10:31:34
15979
Share:
Facebook
Twitter
E-Mail
WhatsApp
Telegram
୬ବର୍ଷର ଶିଶୁକୁ ଝାମ୍ପିନେଲା ଚିତାବାଘ

ରାଇଘର: ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ପଶି ୬ବର୍ଷର ଶିଶୁକୁ ଝାମ୍ପିନେଲା ଚିତାବାଘ । ଛତିଶଗଡ଼ର ଧମତରୀ ଜିଲ୍ଲା ଅନ୍ତର୍ଗତ ସିହାସ୍ୱା ଠାରେ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି । ମୃତ ଶିଶୁ ଜଣକ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ଅମିତ ମର୍କାମ । ନବରାତ୍ରୀ ଯୋଗୁ ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । କଡ଼ା ସୁରକ୍ଷା ବଳୟକୁ ଭେଦ କରି ଚିତାବାଘ କେମିତି ପଶିଲା ଏବଂ ମଣିଷ ଶିକାର କଲା ସ୍ପଷ୍ଟ ହୋଇପାରି ନାହିଁ । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିବା ମଧ୍ୟ ଆରମ୍ଭ ହୋଇଛି । ଅପରପକ୍ଷରେ ଛତିଶଗଡ଼ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସୂଚନା ଅନୁଯାୟୀ, ରାଇଘର ଠାରୁ ପ୍ରାୟ ୪୫ କିଲୋମିଟର ଦୂର ଛତିଶଗଡ଼ର ଧମତରୀ ଜିଲ୍ଲା ଅନ୍ତର୍ଗତ ସିହାୱା ଗ୍ରାମରେ ରହିଛି ଶୃଙ୍ଗିଋଷି ପର୍ବତ । ଏହି ପର୍ବତରେ ରହିଥିବା ଦେବୀ ମନ୍ଦିରକୁ ପ୍ରତିବର୍ଷ ନବରାତ୍ରୀ ସମୟରେ ବହୁ ସଂଖ୍ୟା ଶ୍ରଦ୍ଧାଳୁ ମାନସିକ ନେଇ ଆସିଥା’ନ୍ତି । ମନ୍ଦିରରେ ଦୀପ ଲଗାଇ ମାନସିକ କଲେ ନିଶ୍ଚିତ ରୂପେ ଫଳପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ତେବେ ଜଙ୍ଗଲରେ ଭର୍ତ୍ତି ଶୃଙ୍ଗଋଷି ପାହାଡ଼ରେ ଅନେକ ହିଂସ୍ରଜନ୍ତୁ ରହିଥିବାବେଳେ ଅନେକ ସମୟରେ ଶିକାର ସନ୍ଧାନରେ ମନ୍ଦିର ନିକଟକୁ ଚାଲି ଆସିବାର ନଜିର ରହିଛି । ଏପରିକି ବହୁ ଲୋକ ଶିକାର ହୋଇଥିବା ବି କୁହାଯାଉଛି । ତେଣୁ ବିଶେଷପୂଜା ତଥା ପାର୍ବଣ ସମୟରେ ଏହି ଜଙ୍ଗଲ ତଥା ପାହାଡ଼ରେ ପୁଲିସ ଓ ବନ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ । ଚଳିତ ବର୍ଷ ବି ପୂର୍ବ ପ୍ରସ୍ତୁତି ଆନୁଯାୟୀ ପାହାଡ଼ରେ ସୁରକ୍ଷାର ବଳୟ ସୃଷ୍ଟି କରାଯାଇଥିଲା । ଏଥିଯୋଗୁ ବିଭିନ୍ନ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ନିର୍ଭୟରେ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଗତକାଲି ରାଇଘର ବ୍ଲକ ଅନ୍ତର୍ଗତ ତୁରୁଡିହି (ଆଦିବାସୀ) ଗ୍ରାମର ନରେନ୍ଦ୍ର ମର୍କାମ ନିଜ ପରିବାର ସହ ଏହି ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଅପରାହ୍ନ ସୁଦ୍ଧା ଦର୍ଶନ ସାରି ପରିବାର ସହ ନରେନ୍ଦ୍ର ପାହାଡ଼ ତଳକୁ ଓହ୍ଲାଉଥିଲେ । ଏହି ସମୟରେ ହଠାତ ଗୋଟିଏ ଚିତାବାଘ ଲମ୍ଫ ଦେଇଥିଲା । ଗର୍ଜନ କରି ଶିକାର ସନ୍ଧାନ କରିଥିବା ବେଳେ ପ୍ରାଣ ବିକଳରେ ଲୋକେ ସୁରକ୍ଷିତ ସ୍ଥାନ ଖୋଜି ଦୌଡ଼ିବା ଆରମ୍ଭ କରିଥିଲେ । କିନ୍ତୁ ନରେନ୍ଦ୍ରଙ୍କ ୬ବର୍ଷର ପୁଅ ଅମିତ ଦୌଡ଼ ନ ପାରି ଚିତାବାଘ ହାବୁଡ଼ରେ ପଶି ଯାଇଥିଲା । କେଇ ମିନିଟ ଭିତରେ କେହି କିଛି ବୁଝିବା ପୂର୍ବରୁ ଅମିତକୁ ବାଘ ଟାଣି ଟାଣି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଏବଂ ବନ ବିଭାଗ କର୍ମଚାରୀ ତତ୍ପରତା ଦେଖାଇ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । ସ୍ଥାନୀୟ ଲୋକ ବି ଏଥିରେ ସହାୟତା କରିଥିଲେ । ଶେଷରେ ବାଘକୁ ଘଉଡ଼ାଇ ଅମିତକୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ସିହାୱା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଅମିତର ମୃତୁ୍ୟ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ଅମିତର ମୁହଁ, ମୁଣ୍ଡ ସହ ଶରୀରର ବିଭିନ୍ନ ସ୍ଥାନରେ ବାଘର ନଖ ଓ ଦାନ୍ତ ବାଜି ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଛି । ସିହାୱା ପୁଲିସ ମାମଲା ରୁଜୁ ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଶବ ଗାଁକୁ ଆସିବା ପରେ ରାଇଘର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ହସଖୁସିରେ ଅନେକ ସ୍ୱପ୍ନ ନେଇ ମନ୍ଦିରକୁ ଯାଇଥିବା ବେଳେ ପୁଅର ଶବ ନେଇ ଘରକୁ ଫେରିବାକୁ ପଡ଼ିଥିବାରୁ ବାପା, ମା’ ସ୍ତବ୍ଧ ହୋଇଯାଇଛନ୍ତି । ଅନ୍ୟପଟେ ବନ ବିଭାଗ ପକ୍ଷରୁ ମଣିଷ ଶିକାର କରିଥିବା ହିଂସ୍ର ଚିତାବାଘକୁ କାବୁ କରିବାକୁ ପ୍ରୟାସ ଜାରି ରହିଛି ।

Powered by Froala Editor

Tags Leopard

Related articles Odisha News Lens 4.1

  • ମିଠା ଭାବି ଖାଇଦେଲେ ବୋମା, ଚାଲିଗଲା ଯୁବକଙ୍କ ଜୀବନ
    ଦେଶ-ଦେଶାନ୍ତର

    ମିଠା ଭାବି ଖାଇଦେଲେ ବୋମା, ଚାଲିଗଲା ଯୁବକଙ୍କ ଜୀବନ

    14503
    Nov 14, 2026
  • ମିନି ବସ୍ ଓ କଣ୍ଟେନର ଟ୍ରକ୍ ଧକ୍କାରେ ୨୪ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ମିନି ବସ୍ ଓ କଣ୍ଟେନର ଟ୍ରକ୍ ଧକ୍କାରେ ୨୪ ଜଣଙ୍କ ମୃତ୍ୟୁ

    13407
    Nov 14, 2026
  • ଭୂକମ୍ପ ଝଟକାରେ ଥରି ଉଠି⁰ଲା ୩ ରାଜ୍ୟ
    ଦେଶ-ଦେଶାନ୍ତର

    ଭୂକମ୍ପ ଝଟକାରେ ଥରି ଉଠି⁰ଲା ୩ ରାଜ୍ୟ

    15495
    Nov 14, 2026
  • ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଭାରତୀୟଙ୍କ ସମେତ ୧୪ ଜଣଙ୍କ ଜୀବନ
    ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଭାରତୀୟଙ୍କ ସମେତ ୧୪ ଜଣଙ୍କ ଜୀବନ

    14131
    Nov 13, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍
    ବିଶେଷ

    ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14362
    Nov 14, 2026
  • ଚରିତ୍ର ଗଠନ, ଦେଶପ୍ରେମ ଓ ଈଶ୍ୱରପ୍ରାପ୍ତିର ଅନ୍ୱେଷଣ ମାଧ୍ୟମରେ ଶିକ୍ଷାର ନୂତନ ...
    ବାଣିଜ୍ୟ

    ଚରିତ୍ର ଗଠନ, ଦେଶପ୍ରେମ ଓ ଈଶ୍ୱରପ୍ରାପ୍ତିର ଅନ୍ୱେଷଣ ମାଧ୍ୟମରେ ଶିକ୍ଷାର ନୂତନ ...

    13637
    Nov 14, 2026
  • ଚର୍ଚ୍ଚାରେ ସେଫ୍ ରଣବୀର ବ୍ରାରଙ୍କ ସୁନା ଛୁଙ୍କ ଡାଲି
    ଦେଶ-ଦେଶାନ୍ତର

    ଚର୍ଚ୍ଚାରେ ସେଫ୍ ରଣବୀର ବ୍ରାରଙ୍କ ସୁନା ଛୁଙ୍କ ଡାଲି

    15312
    Nov 14, 2026
  • ଭିଡିଓ ସୁଟିଂ ବେଳେ ବାଘୁଣୀ ଆକ୍ରମଣ, ଯୁବକ ମୃତ
    ଦେଶ-ଦେଶାନ୍ତର

    ଭିଡିଓ ସୁଟିଂ ବେଳେ ବାଘୁଣୀ ଆକ୍ରମଣ, ଯୁବକ ମୃତ

    14695
    Nov 14, 2026
  • ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ରୁଜୁ ହେଲା ମାମଲା
    ଦେଶ-ଦେଶାନ୍ତର

    ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ରୁଜୁ ହେଲା ମାମଲା

    14679
    Nov 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମିଠା ଭାବି ଖାଇଦେଲେ ବୋମା, ଚାଲିଗଲା ଯୁବକଙ୍କ ଜୀବନ

    14503
    Nov 14, 2026
  • ବାଣିଜ୍ୟ

    ଚରିତ୍ର ଗଠନ, ଦେଶପ୍ରେମ ଓ ଈଶ୍ୱରପ୍ରାପ୍ତିର ଅନ୍ୱେଷଣ ମାଧ୍ୟମରେ ଶିକ୍ଷାର ନୂତନ ପରିଭାଷା ଗଢ଼ୁଛି ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ୍ ...

    13637
    Nov 14, 2026
  • ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଭାରତୀୟଙ୍କ ସମେତ ୧୪ ଜଣଙ୍କ ଜୀବନ

    14131
    Nov 13, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17277
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17979
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17936
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18349
    Sep 06, 2023

ବିଶେଷ

  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14362
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14263
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15615
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14402
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14478
    Nov 05, 2026

ବାଣିଜ୍ୟ

ଚରିତ୍ର ଗଠନ, ଦେଶପ୍ରେମ ଓ ଈଶ୍ୱରପ୍ରାପ୍ତିର ଅନ୍ୱେଷଣ ମାଧ୍ୟମରେ ଶିକ୍ଷାର ନୂତନ ପରିଭାଷା ଗଢ଼ୁଛି ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ୍ ସ୍କୁଲ୍


ପୂର୍ବାଞ୍ଚଳର ଆଧ୍ୟାତ୍ମିକ ଜ୍ଞାନ ଓ ଆଧୁନିକ ଶିକ୍ଷାର ସମନ୍ୱୟରେ ଏକ ପରିବର୍ତ୍ତନଶୀଳ ‘ହାଓ ଟୁ ଲିଭ୍’ ପାଠ୍ୟକ୍ରମ; ଜ୍ଞାନୀ, ଦକ୍ଷ, ଆଲୋକପ୍ରାପ୍ତ ଓ ଦାୟିତ୍ୱବାନ ବିଶ୍ୱ ନାଗରିକ ଗଢ଼ିବା ଲକ୍ଷ୍ୟ

କେନ୍ଦୁଝର : ଏହି ଶିଶୁ ଦିବସ ଅବସରରେ ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ (UGIS) ...

  • ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ମାଧ୍ୟମରେ ଶିକ୍ଷାଗତ ଉତ୍କର୍ଷତାକୁ ପ୍ରୋତ୍ସାହନ କରୁଛି

    15165
    Nov 12, 2026
  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

    14364
    Nov 07, 2026
  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15585
    Nov 06, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14167
    Nov 04, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଚର୍ଚ୍ଚାରେ ସେଫ୍ ରଣବୀର ବ୍ରାରଙ୍କ ସୁନା ଛୁଙ୍କ ଡାଲି

    15312
    Nov 14, 2026
  • ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ରୁଜୁ ହେଲା ମାମଲା

    14679
    Nov 14, 2026
  • ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଭାରତୀୟଙ୍କ ସମେତ ୧୪ ଜଣଙ୍କ ଜୀବନ

    14131
    Nov 13, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In