ଛାତ କଣା କରି ବେଡ୍ରେ ଖସି ପଡିଲା ଉଲ୍କା ପିଣ୍ଡ
ଶୋଇଥିବାବେଳେ ହଠାତ୍ ମହିଳାଙ୍କ ଉପରେ ଖସିପଡିଛି ଉଲ୍କା ପିଣ୍ଡ । କାନାଡାର ଜଣେ ମହିଳା ରୁଥ ହାମିଲଟନ୍ ଙ୍କ ସହ ଏପରି ଘଟଣା ଘଟିଛି। ଏ ସମ୍ପର୍କରେ Giselle Roeder ଫେସବୁକରେ ସୂଚନା ଦେବା ସହ ଛାତ କଣା ହୋଇଯାଇଥିବା ବେଳର ଫଟୋକୁ ଶେୟାର କରିଛନ୍ତି। ରୁଥ ଏହି ପଥର ଖଣ୍ଡ କେଉଁଠୁ ଆସିଲା ବୋଲି ଜାଣି ନ ପାରିବାରୁ ଜରୁରୀକାଳୀନ ହେଲ୍ପଲାଇନକୁ ଫୋନ କରିଥିଲେ। ସେଠାକାର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପଥରର ଯାଞ୍ଚ କରିଥିଲେ। ଏହାପରେ ଏହା ଗୋଟିଏ ଉଲକାପିଣ୍ଡ ବୋଲି ଜଣାପଡ଼ିଥିଲା।
ଘଟଣାଟି ଅକ୍ଟୋବର ୪ରେ ଘଟିଥିଲେ। ରୁଥ ରାତି ବେଳେ ନିଜ ରୁମରେ ଶୋଇଥିଲେ। ତେବେ ବିକଟଳ ଶବ୍ଦ ହୋଇଥିଲା। ଏହା ଶୁଣି ସେ ନିଜ ବେଡରୁ ତଳକୁ ଡେଇଁ ପଡ଼ିଥିଲେ। ଏହାର କିଛି ସମୟ ପରେ ସେ ଦେଖିଲା ବେଳକୁ ତାଙ୍କ ବେଡ୍ ଉପରେ ଗୋଟିଏ ବିରାଟ ପଥର ଖଣ୍ଡ ପଡ଼ିଛି। ସେ ଏହା କେଉଁଠୁ ଆସିଲା, ସେକଥା ବୁଝି ପାରି ନଥିଲେ। ହେଲେ ତାଙ୍କ ଘରର ଛାତ ମଧ୍ୟ କଣା ହୋଇ ଯାଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
Powered by Froala Editor