ଶତ ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡ଼ିପାରିବ ବିମାନ

କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ କରୋନା କଟକଣା ହଟାଇବାରେ ଲାଗିଛନ୍ତି । ଏହି କ୍ରମରେ ଯାତ୍ରୀବାହି ବିମାନ ଏଣିକି ପୂର୍ଣ୍ଣ ଯାତ୍ରୀ କ୍ଷମତା ସହ ଉଡ଼ିପାରିବ ଓ ଉଡାଣ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଅକ୍ଟୋବର ୧୮ ତାରିଖଠାରୁ ହଟାଇ ଦିଆଯିବ ବୋଲି ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କୋଭିଡ୍ ଗାଇଡଲଲାଇନକୁ ମାନିବାକୁ ବିମାନ ଅପରେଟରମାନଙ୍କୁ କୁହାଯାଇଛି। ବିଶେଷ କରି ଜୁଲାଇ ୫ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଏହି କେପାସିଟି ୬୫ ପ୍ରତିଶତ ଥିଲା। ଜୁନ୍ ୧ରୁ ଜୁଲାଇ ୫ମଧ୍ୟରେ ଏହି କେପାସିଟି ୫୦ ପ୍ରତିଶତ ଥିଲା। ଡିସେମ୍ବର ୨୦୨୦ରୁ ଏହି କ୍ଷମତାକୁ ଧିରେ ଧିରେ ୮୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା।
ତେବେ ଅକ୍ଟୋବର ୧୮ରୁ ଏହି କଟକଣା ରହିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅକ୍ଟୋବର ୧୮ରୁ ସମସ୍ତ ଘରୋଇ ବିମାନ ୧୦୦ ପ୍ରତିଶତ ଯାତ୍ରୀ କ୍ଷମତା ସହିତ ପରିଚାଳିତ ହେବ। କରୋନା ସଂକ୍ରମଣ କମିବା ପରେ ଯାତ୍ରୀଙ୍କ କ୍ଷମତାକୁ ବଢାଯାଇଛି ଏବଂ ବର୍ତ୍ତମାନ ଏହାକୁ ଶତପ୍ରତିଶତ କରାଯାଇଛି।
Powered by Froala Editor