ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା, ଦୁଇଟି ଡୋଜ ମଧ୍ୟରେ ରହିବ ୨୦ ଦିନର ବ୍ୟବଧାନ

୨ ବର୍ଷରୁ ୧୮ବର୍ଷ ବୟସର ପିଲାମାନଙ୍କ ଲାଗି ଜରୁରିକାଳୀନ ବ୍ୟବହାର ପାଇଁ କୋଭାକ୍ସିନ୍ ଟିକାକୁ ଅନୁମତି ଦେଇଛି ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି)। ଏହି ଟିକାକୁ ଭାରତ ବାୟୋଟେକ୍ ଏବଂ ଆଇସିଏମ୍ଆର୍ ମିଳିତ ଭାବେ ତିଆରି କରିଛନ୍ତି। ଏହି ଟିକାର କ୍ଲିନିକାଲ୍ ପରୀକ୍ଷଣ କରାଯାଇଥିବା ବେଳେ କରୋନା ଭୂତାଣୁ ବିରୋଧରେ ଏହା ୭୮ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି।
ପୂର୍ବରୁ ଜାୟଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଟିକାକୁ କେବଳ ୧୨ କିମ୍ବା ତା’ଠାରୁ ଅଧିକ ବୟସ୍କଙ୍କୁ ପ୍ରଦାନ କରିବାକୁ ଅନୁମତି ମିଳିଥିଲା। ହେଲେ କୋଭାକ୍ସିନ ଦେଶର ପ୍ରଥମ ଟିକା ଭାବେ ୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯିବ।
ସେପ୍ଟେମ୍ବର ମାସରେ ଭାରତ ବାୟୋଟେକ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ କରି ଚଳିତ ମାସରୁ ଏହାର ରିପୋର୍ଟ ଡିସିଜିଆକୁ ଦେବା ଆରମ୍ଭ କରିଥିଲା। ଟ୍ରାଏଲରୁ ଭଲ ଖବର ମିଳଥିବାରୁ ସବଜେକ୍ଟ ଏକ୍ସପର୍ଟ କମିଟି ଛୋଟ ପିଲାମାନଙ୍କୁ ଏହାର ଡୋଜ୍ ଦେବାକୁ ଅନୁମତି ଦେଇଛି। ଏବେ ଡିସିଜିଆଇର ଅନୁମତି ମିଳିବା ପରେ ଟିକାର ବ୍ୟବହାର ଦେଶରେ ଆରମ୍ଭ ହେବ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଟିକାର ଦୁଇଟି ଯାକ ଡୋଜ୍ ଛୋଟ ପିଲାମାନଙ୍କୁ ୨୦ ଦିନର ବ୍ୟବଧାନ ମଧ୍ୟରେ ଦିଆଯିବ। ପୂର୍ବରୁ ପ୍ରାପ୍ତ ବୟସ୍କଙ୍କୁ ଟିକାର ଦୁଇଟି ଯାକ ଡୋଜ୍ ୨୮ ଦିନ ବ୍ୟବଧାନରେ ଦିଆଯାଉଥିଲା। ତେବେ ଏ ପର୍ଯ୍ୟନ୍ତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିନାହିଁ।

Powered by Froala Editor