କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ବଡ ଘୋଷଣା, ଏହି ସବୁ ରାଜ୍ୟକୁ ମିଳିବ ଅର୍ଥରାଶି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ବଡ ଘୋଷଣା । ଦେଶର ୧୭ଟି ରାଜ୍ୟ ପାଇଁ ୯,୮୭୧ କୋଟି ଟଙ୍କା ଅନୁଦାନ ଜାରି କରିଛନ୍ତି କେନ୍ଦ୍ର ସରକାର । ରାଜସ୍ବ କ୍ଷତି ଯୋଗୁଁ ଅନୁଦାନ ଆକାରରେ ଏହି ସବୁ ରାଜ୍ୟଗୁଡିକୁ ମିଳିବ ଅର୍ଥରାଶି ।
୧୫ ତମ ଅର୍ଥ ଆୟୋଗର ସୁପାରିଶ ଆଧାରରେ ଏହି ଅନୁଦାନ ଆନ୍ଧ୍ରପ୍ରଦେଶ, ଆସାମ, ହରିୟାଣା, ହିମାଚଳପ୍ରଦେଶ, କର୍ଣ୍ଣାଟକ, କେରଳ, ମଣିପୁର, ମେଘାଳୟ,ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ରାଜସ୍ଥାନ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚମବଙ୍ଗକୁ ଅନୁଦାନ ଅର୍ଥ ମିଳିବ ।ବିବୃତ୍ତିରେ କୁହାଯାଇଛି ଯେ ଅର୍ଥ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ କେନ୍ଦ୍ରୀୟ କରରେ ଅଂଶିଦାର କରିବା ପରେ ରାଜସ୍ବ କ୍ଷତି ଅନୁଦାନ (ଚଊଜଊ) ଅଧୀନରେ ୯,୮୭୧.୦୦ କୋଟି ଟଙ୍କା ଜାରି କରିଛି। ରାଜସ୍ବ କ୍ଷତି ଅନୁଦାନର ଏହା ହେଉଛି ସପ୍ତମ ମାସିକ କିସ୍ତି ଜ୍ଝ ଏହି କିସ୍ତି ସହିତ ଚଳିତ ଆର୍ଥିକ ବର୍ଷରେ ଯୋଗ୍ୟ ରାଜ୍ୟମାନଙ୍କୁ ଚଊଜଊ ଭାବରେ ମୋଟ ୬୯,୦୯୭.୦୦ କୋଟି ଟଙ୍କା ଜାରି କରାଯାଇଛି।୧୫ ତମ ଅର୍ଥ ଆୟୋଗର ସୁପାରିଶ ଅନୁଯାୟୀ କେନ୍ଦ୍ରୀୟ ଟିକସ ଅଂଶିଦାର ପରେ ରାଜ୍ୟଗୁଡିକର ରାଜସ୍ବ ଖାତାରେ ଥିବା ବ୍ୟବଧାନ ପୂରଣ କରିବା ପାଇଁ ଏହି ଅନୁଦାନ ମାସିକ କିସ୍ତିରେ ପ୍ରଦାନ କରାଯାଇଥାଏ। ୨୦୨୧-୨୨ ମଧ୍ୟରେ ୧୭ଟି ରାଜ୍ୟକୁ ଆୟୋଗ ଏହି ଅନୁଦାନକୁ ସୁପାରିଶ କରିଛନ୍ତି।
Powered by Froala Editor