ଡେଭିଡ଼ କାର୍ଡ, ଜୋସୁଆ ଡି ଆଙ୍ଗ୍ରିଷ୍ଟ, ଗାଇଡୋ ଡବ୍ଲୁ. ଇମ୍ବେନ୍ସଙ୍କୁ ଅର୍ଥନୀତିରେ ମିଳିବ ନୋବେଲ

ଅର୍ଥନୀତିରେ ଡେଭିଡ କାର୍ଡ, ଜୋସୁଆ ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଇମ୍ବେନ୍ସଙ୍କୁ ମିଳିବ ନୋବେଲ ପୁରସ୍କାର । କାନାଡାରେ ଅର୍ଥନୀତିଜ୍ଞ ଡେଭିଡ କାର୍ଡ, ଆମେରିକାର ଅର୍ଥନୀତିଜ୍ଞ ଜୋସୁଆ ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଇମ୍ବେନ୍ସଙ୍କୁ ମିଳିବ ନୋବେଲ ପୁରସ୍କାର । ଏନେଇ ରୟାଲ ସ୍ୱିଡେନ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । ଶ୍ରମ ଅର୍ଥନୀତିରେ ଉଲ୍ଲେଖନୀୟ ଅବଦାନ ସକାଶେ ସେମାନଙ୍କୁ ମିଳିବ ପୁରସ୍କାର ।
ସ୍ୱିଡେନ ଏକାଡେମୀ ଏକ ବିବୃତ୍ତିରେ କହିଛି ଯେ "ଚଳିତ ବର୍ଷ ଡେଭିଡ କାର୍ଡ, ଜୋସୁଆ ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଇମ୍ବେନ୍ସ ଆମକୁ ଶ୍ରମ ଅର୍ଥନୀତି ବିଷୟରେ ନୂତନ ଜ୍ଞାନ ପ୍ରଦାନ କରିଛନ୍ତି ଏବଂ ପ୍ରାକୃତିକ ପରୀକ୍ଷଣରୁ କାରଣ ଏବଂ ପ୍ରଭାବ ବିଷୟରେ କ'ଣ ସିଦ୍ଧାନ୍ତ ନିଆଯାଇପାରିବ ତାହା ଦର୍ଶାଇଛନ୍ତି। ସେମାନଙ୍କର ଆଭିମୁଖ୍ୟ ଅନ୍ୟ କ୍ଷେତ୍ରକୁ ବ୍ୟାପିଛି ଏବଂ ପରୀକ୍ଷାମୂଳକ ଅନୁସନ୍ଧାନରେ ବିପ୍ଳବ ଆଣିଛି।"
ଅର୍ଥନୈତିକ ବିଜ୍ଞାନରେ ନୋବେଲ ପୁରସ୍କାର ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ ଷ୍ଟକହୋମ ଦ୍ୱାରା ପ୍ରଦାନ କରାଯାଉଛି। ନୋବେଲ ଫାଉଣ୍ଡେସନକୁ ୧୯୬୮ ମସିହାରେ ବ୍ୟାଙ୍କର ୩୦୦ତମ ବାର୍ଷିକୀରେ ସେଭେରିଜ୍ ରିକ୍ସବ୍ୟାଙ୍କରୁ ଏକ ଦାନ ଗ୍ରହଣ କରିଥିଲା । ଏହି ପୁରସ୍କାର ସେହି ଦାନ ଉପରେ ଆଧାରିତ। ଚଳିତ ବର୍ଷ ଏହି ୩ ଜଣ ଅର୍ଥନୀତିଜ୍ଞ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ।

Powered by Froala Editor