ଆଖି ତଳ କଳା ପଡୁଛି କି?

ପୁରୁଷ ହୁଅନ୍ତୁ ବା ମହିଳା, ଆଜିକାଲି ଅନେକଙ୍କ କ୍ଷେତ୍ରରେ ଆଖିତଳ କଳା ପଡିବା ସମସ୍ୟା ଦେଖା ଦେଉଛି । ଆଖି ତଳ କଳା ପଡିବା ଦ୍ବାରା, ଆଖିର ସୌନ୍ଦର୍ୟ୍ୟ ନଷ୍ଟ ହେବା ସହିତ, ସମ୍ପୂର୍ଣ୍ଣ ଚେହେରାର ସୌନ୍ଦର୍ୟ୍ୟ ମଧ୍ୟ ନଷ୍ଟ ହୋଇଥାଏ । ତେବେ ଏହି ସମସ୍ୟାର ସମ୍ମୁଖୀନ କରୁଥିଲେ, ଏଥିରୁ ରକ୍ଷା ପାଇବା ପାଇଁ , କିଛି ଘରୋଇ ସରଳ ଉପାୟ ଆପଣାଇ ପାରିବେ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
-ବେସନରେ ଦହି ମିଶାଇ ଆଖିତଳ କଳା ପଡିଥିବା ସ୍ଥାନରେ ଲଗାଇ , ୫ ରୁ ୧୦ ମିନିଟ ରଖିବା ପରେ ଧୋଇବେ । ପ୍ରତିଦିନ ଏହା କରିବା ଦ୍ବାରା, ଧିରେଧିରେ କଳା ଦାଗ ଦୂର ହୋଇଥାଏ ।
-ଖରାରୁ ଆସିବା ପରେ, ତୁରନ୍ତ ଆଖିତଳେ ବରଫ ଘଷିବା ଦ୍ବାରା, କଳାଦାଗ ଦୂର ହୋଇଥାଏ ।
-ବାହାରକୁ ଯିବା ପୂର୍ବରୁ ଆଖି ତଳେ ସନ୍ସ୍କ୍ରିନ୍ ଲଗାଇ ତାହାକୁ ଭଲଭାବେ ମାଲିସ୍ କରିବା ଉଚିତ ।
-ପୁଦିନା ପତ୍ର ପେଷ୍ଟରେ, ଟମାଟୋ ରସ ଏବଂ ଲେମ୍ବୁ ରସ ମିଶାଇ, ଏକ ମିଶ୍ରଣ ପ୍ରସ୍ତୁତ କରି, ସେହି ମିଶ୍ରଣକୁ ଆଖିତଳେ ଲଗାଇବା ଦ୍ବାରା,ଏହି ସମସ୍ୟା ଦୂର ହୋଇଥାଏ । କିନ୍ତୁ ମନେ ରଖିବେ ଏହା ଆଖି ଭିତରକୁ ଯେପରି ନଯାଏ ।
-ଆଖିତଳ କଳାଦାଗରୁ ରକ୍ଷା ପାଇବା ପାଇଁ ବାଦାମ୍ ତେଲ ମଧ୍ୟ ବେଶ ଉପକାରୀ ।
Powered by Froala Editor