ଉରି ସେକ୍ଟରରେ ନିଶା କାରବାର: ୩୦ କିଲୋ ହେରୋଇନ ଜବତ
ଜମ୍ମୁ କଶ୍ମୀର ବାରମୂଳା ଜିଲ୍ଲା ଅନ୍ତର୍ଗତ ଉରି ସେକ୍ଟରରେ ବେଆଇନ ନିଶା କାରବାର ହେଉଛି । ଯାହାକି ଚିନ୍ତାର କାରଣ ପାଲଟିଛି । ଉରି ସେକ୍ଟରରୁ ପ୍ରାୟ ୨୫ରୁ ୩୦ କିଲୋ ହେରୋଇନ ଜବତ ହୋଇଥିବାବେଳେ ପୁଲିିସ ହେପାଜତରେ ରଖାଯାଇଛି । ବଜାରରେ ଏହାର ମୂଲ୍ୟ ୨୫ କୋଟି ଟଙ୍କା ହେବ।
ସୂଚନା ଅନୁଯାୟୀ, ସୁରକ୍ଷା କର୍ମୀମାନେ ଶନିବାର ଏହି ସନ୍ଦିଗ୍ଧ ଡ୍ରଗ୍ସ ଚାଲାଣ ସଂପର୍କରେ ଜାଣିବାକୁ ପାଇଥିଲେ। ଫଳରେ ଜମ୍ମୁ କଶ୍ମୀରକୁ ପ୍ରବେଶ କରିବାକୁ ଥିବା ଡ୍ରଗ୍ସକୁ ସେମାନେ ଜବତ କରିଥିଲେ। ପାଖାପାଖି ୨୫ରୁ ୩୦ କିଲୋ ହେରୋଇନ ଜବତ କରାଯାଇ ପୁଲିସକୁ ହସ୍ତାନ୍ତର କରାଯାଇଛି। ନିୟନ୍ତ୍ରଣ ରେଖାରେ ମୁତୟନ ଥିବା ସୁରକ୍ଷା କର୍ମୀଙ୍କ ସତର୍କତା କାରଣରୁ ଏହା ଜବତ ହୋଇପାରିଛି ବୋଲି ବାରମୁଳାର ବରିଷ୍ଠ ଏସ୍ପି ରୟେସ ଅହମଦ ଭଟ୍ଟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
Powered by Froala Editor