ଜେସିବିରେ ବିବାହ ଶୋଭାଯାତ୍ରା
ବିବାହର ମୂହୁର୍ତ୍ତ କୁ ସମସ୍ତେ କିଛି ନିଆରା ସ୍ମୃତିରେ କଏଦ କରି ରଖିବାକୁ ଚାହାନ୍ତି । ଏଥିପାଇଁ ଅନେକ ଖର୍ଚ୍ଚ ବି କରନ୍ତି । ହେଲେ ଏକ ଦମ୍ପତି ଜେସିବି ଉପରେ ବିବାହ କରି ଅଲଗା ରେକର୍ଡ ସୃଷ୍ଟି କରିଛନ୍ତି । ଯାହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ପ୍ର୍ରକଟ କରିଛନ୍ତି ।
ଏ ଭିଡିଓଟି ଏକ ପାକିସ୍ତାନୀ ଦମ୍ପତିଙ୍କର । ଯେଉଁଥିରେ ବର-କନ୍ୟା କୌଣସି ଘୋଡା କି ପାଲିଙ୍କି ନୁହେଁ ବରଂ ଜେସିବିରେ ଠିଆ ହୋଇ ବରଯାତ୍ରୀ ଶୋଭାଯାତ୍ରା କରିଥିଲେ । ଜେସିବିଟି ବହୁତ ସୁନ୍ଦର ଭାବରେ ସଜା ହୋଇଥିଲା । ତେବେ ଜେସିବିରେ ବରକନ୍ୟା ବସିଥିବା ବେଳେ ଆଖପାଖରେ ସେମାନଙ୍କ ପରିବାର ଲୋକ ଯାଉଥିବା ଦେଖିବାକୁ ମିଳିଥିଲା । ଦୁହେଁ ଜେସିବି ଆଗରେ ଠିଆ ହୋଇ ଯାଉଥିଲେ । ତେବେ ଏହିଭଳି ଦୃଶ୍ୟ ପାକିସ୍ତାନର ହୁଜା ଘାଟିର ବୋଲି ଜଣାପଡ଼ିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି । ଲୋକେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି ।
Powered by Froala Editor