ଓଡିଆ ବାୟୁସେନା ଅଧିକାରୀ ପୂର୍ବାଞ୍ଚଳ ଏୟାର କମାଣ୍ଡର ନିଯୁକ୍ତ
ଓଡ଼ିଆ ବାୟୁସେନା ଅଧିକାରୀ ଦିଲ୍ଲୀପ ପଟ୍ଟନାୟକଙ୍କୁ ମିଳିଲା ବଡ଼ ଦାୟିତ୍ବ। ଓଡିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକ ପୂର୍ବାଞ୍ଚଳ ଏୟାର କମାଣ୍ଡର ଭାବେ ନିଯୁକ୍ତ ପାଇଛନ୍ତି। ପ୍ରଥମ ଓଡିଆ ଭାବେ ଏୟାର ମାର୍ଶାଲ ଦିଲୀପଙ୍କୁ ଏହି ଗୁରୁ ଦାୟିତ୍ଵ ମିଳିଛି। ଏ ନେଇ ବାୟୁ ସେନା ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ଏୟାର ମାର୍ଶାଲ ଦିଲୀପ କୁମାର ପଟ୍ଟନାୟକଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ସିଲଙ୍ଗରେ ନିଯୁକ୍ତ ଦିଆଯାଇଛି। ବର୍ତ୍ତମାନ ସେ ସେଣ୍ଟ୍ରାଲ ଏୟାର କମାଣ୍ଡରରେ ସିନିୟର ଏୟାର ଷ୍ଟାଫ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ଦିଲୀପ ବାୟୁସେନା ମୁଖ୍ୟାଳୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି। ହେଡକ୍ଵାର୍ଟର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡରେ ଅପରେସନାଲ କମାଣ୍ଡାସାସ୍ ଭାବେ ମଧ୍ୟ କାମ କରିଛନ୍ତି।
କେନ୍ଦ୍ରୀୟ ଏୟାର କମାଣ୍ଡର ବରିଷ୍ଠ ବିମାନ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ଫାଇଟର ଜେଟ ଉଡ଼ାଣ ଦକ୍ଷତା ରହିଛି। କାର୍ଗିଲ ଯୁଦ୍ଧରେ ଅପୂର୍ବ ସାହସିକତା ପାଇଁ ବାୟୁସେନା ମେଡ଼ାଲ ପାଇଥିଲେ। ୨୦୨୦ରେ ଏୟାର ମାର୍ଶାଲ ଦିଲ୍ଲୀପଙ୍କୁ ଅତି ବିଶିଷ୍ଟ ସେବା ମେଡ଼ାଲ ମିଳିଥିଲା। ଏୟାର ମାର୍ଶାଲ ଦିଲ୍ଲୀପଙ୍କର ୨୫୦୦ଘଣ୍ଟାର ଉଡ଼ାଣ ଦକ୍ଷତା ରହିଛି।
Powered by Froala Editor