ସ୍ୱଚ୍ଛତା ମିଶନର ଦ୍ୱିତୀୟ ପର୍ଯ୍ୟାୟ : ‘ଅର୍ବାନ୍ ୨.୦’ ଓ ‘ଅମୃତ ୨.୦’ ଶୁଭାରମ୍ଭ
ସ୍ୱଚ୍ଛ ଭାରତ ଅଭିଯାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ବଜାୟ ରଖିବା ପାଇଁ ଆଉ ଏକ ପଦକ୍ଷେପ ସ୍ୱଚ୍ଛ ଭାରତ ମିଶନ ୨.୦ ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ‘ଡକ୍ଟର୍ ଅମ୍ବେଦକର ଇଣ୍ଟର୍ନ୍ୟାସ୍ନାଲ୍ ସେଣ୍ଟର୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ବଚ୍ଛ ଭାରତ ଅଭିଯାନ-‘ଅର୍ବାନ୍ ୨.୦’ ଏବଂ ‘ଅଟଳ ମିସନ୍ ଫର୍ ରିଜୁଭେନେସନ୍ ଆଣ୍ଡ୍ ଅର୍ବାନ୍ ଟ୍ରାନ୍ସଫର୍ମେସନ୍ ୨.୦’ ଯୋଜନାର ଶୁଭାରମ୍ଭ କରିଛନ୍ତି।
ଏହି ମିଶନ ବିଶେଷ କରି ପ୍ରତ୍ୟକ ସହରମାନଙ୍କରେ କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ବୟାନରେ କୁହାଯାଇଛି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ସ୍ୱଚ୍ଛ ଭାରତ ମିଶନ ଓ ଅମୃତ ମିଶନ ଦ୍ୱାରା ସମସ୍ତ ସହରକୁ ଆବର୍ଜନା ମୁକ୍ତ କରିବା ଓ ଜଳ ସଂରକ୍ଷଣର ଲକ୍ଷକୁ ହାସଲ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ସହରମାନଙ୍କୁ ଆବର୍ଜନା ମୁକ୍ତ କରିବା ହେଉଛି ସ୍ବଚ୍ଛ ଭାରତ ଅଭିଯାନ ୨.୦ର ଉଦ୍ଦେଶ୍ୟ। ଏହି ଦ୍ବିତୀୟ ପର୍ଯ୍ୟାୟରେ ଆମେ ନର୍ଦ୍ଦମା ଏବଂ ସୁରକ୍ଷା ପରିଚାଳନା ପାଇଁ ମଧ୍ୟ ଲକ୍ଷ୍ୟ ରଖିବା। ସହରର ଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ ନାଳନର୍ଦ୍ଦମାର ଦୂଷିତ ପାଣି ଯେମିତି ନଦନଦୀରେ ନ ମିଶେ ସେଥିପ୍ରତି ସୁନିଶ୍ଚିତ ରହିବା।
କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କେନ୍ଦ୍ର ଗୃହ ନିର୍ମାଣ ଏବଂ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଲେ, କେବଳ ଲକ୍ଷ ଲକ୍ଷ ଶୌଚାଳୟ କିଂବା ଆବର୍ଜନା ପ୍ରକ୍ରିୟାକରଣକୁ ୭୦%କୁ ଆଣିବା ଯୋଗୁଁ ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରକଳ୍ପକୁ ‘ଜନ ଆନ୍ଦୋଳନ’ କରିଥିବାରୁ ‘ସ୍ବଚ୍ଛ ଭାରତ ମିସନ୍’ ସଫଳ ହୋଇଛି।
Powered by Froala Editor