ଯୁବକଙ୍କ ଅଜବ କାରନାମା: ପ୍ରେସର କୁକରକୁ ବାହା ହୋଇ ତଲାକ ଦେଲେ
ଇଣ୍ଡୋନେସିଆରେ ଜଣେ ଯୁବକଙ୍କ ପ୍ରେମ କାହାଣୀକୁ ନେଇ ଖୁବ ଚର୍ଚ୍ଚା ହେଉଛି। କାରଣ ଯୁବକ ଜଣକ କୌଣସି ମଣିଷକୁ ନୁହେଁ ପ୍ରେସର କୁକରକୁ ବିବାହ କରିଛନ୍ତି ।
ଯୁବକ ବାହାଘର ଫଟୋ ପୋଷ୍ଟ କରି ଲେଖିଛନ୍ତି, ତାଙ୍କ କନ୍ୟା ସୁନ୍ଦର, ତାଙ୍କ କଥା ମାନେ, କିଛି କୁହେନି କିନ୍ତୁ ରୋଷେଇ ବହୁତ ଭଲ କରେ। ବିବାହ ଅବସରରେ ନିଜର ଧଳା କୁକରକୁ ମଧ୍ୟ କନ୍ୟା ଭଳି ସଜାଇଛନ୍ତି। ସେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ଗୋଟିଏ ଫଟୋରେ ସେ କୁକରକୁ କିସ କରୁଥିବା ନଜର ଆସିଛନ୍ତି। କୁକରକୁ ବାହାହେବା ପରେ ସେ ବିବାହ ଡକ୍ୟୁମେଣ୍ଟରେ ଦସ୍ତଖତ ମଧ୍ୟ କରିଛନ୍ତି ଓ କୁକରକୁ ନିଜ ପତ୍ନୀ ମାନିଛନ୍ତି। ବିବାହର ୪ ଦିନ ପରେ ସେ ନିଜ କନ୍ୟାକୁ ତଲାକ ଦେଇଛନ୍ତି। ତଲାକ ଦେବାର କାରଣ, ବିବାହ କରିବା କାରଣରୁ ଆହୁରି ଅଜବ। ଫେସବୁକରେ ନିଜର ତଲାକ ଘୋଷଣା କରି ଯୁବକ କହିଛନ୍ତି ଯେ ତାଙ୍କ ପତ୍ନୀକୁ କେବଳ ଭାତ ରାନ୍ଧି ଆସେ ଆଉ କିଛି ଆସେନି। ଫେସବୁକରେ ତାଙ୍କର ଏହି ପୋଷ୍ଟକୁ ୧୦ ହଜାରରୁ ଅଧିକ ଲୋକ ସେୟାର କରିଛନ୍ତି।
ଯୁବକ ଜଣକ ହେଲେ ଇଣ୍ଡୋନେସିଆର ଖୋଇରୁଲ ଅନାମ । ଖୋଇରୁଲଙ୍କ ଫଟୋ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଖୋଇରୁଲଙ୍କ ବିବାହ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଯେ ଜଣେ ଯୁବକ ପ୍ରେସର କୁକରକୁ କିଭଳି ବାହା ହୋଇପାରେ।
Powered by Froala Editor