ହିନ୍ଦୁ କହି ଯୁବତୀଙ୍କୁ ବିବାହ: ଧର୍ମ ପରିବର୍ତ୍ତନ କରି ଗିରଫ ହେଲେ ଯୁବକ
![ହିନ୍ଦୁ କହି ଯୁବତୀଙ୍କୁ ବିବାହ: ଧର୍ମ ପରିବର୍ତ୍ତନ କରି ଗିରଫ ହେଲେ ଯୁବକ](https://odishanewslens.com/news_gallery/6605_1633104882.jpg)
ଜଣେ ଧ୍ରୁତ ଯୁବକ ନକଲି ଆଧାରକାର୍ଡ ଦେଖାଇ ଜଣେ ଯୁବତୀଙ୍କୁ ବିବାହ କଲେ । ପରେ ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରିଦେଲେ । ମାନସିକ ନିର୍ଯାତନାର ଶିକାର ହୋଇ ଯୁବତୀ ଜଣକ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଯୁବକଙ୍କୁ ପୁଲିସ ଗିରଫ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଛି ।
ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ରାହୁଲ ଶର୍ମା ନାମରେ ଥିବା ଆଧାର କାର୍ଡ ଦେଖାଇ ଅଭିଯୁକ୍ତ ଜଣକ ତାଙ୍କୁ ୨୦୧୦ ମସିହାରେ ଏକ ମନ୍ଦିରରେ ବିବାହ କରିଥିଲେ, କିନ୍ତୁ ପରେ ଜାଣିବାକୁ ପାଇଲେ ଯେ ସେ ଜଣେ ମୁସଲମାନ। ତାଙ୍କର ପ୍ରକୃତ ନାମ ଥିଲା ନୁରେନ୍ । ସାମାଜିକ ଉପହାସକୁ ଭୟ କରି ସେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ଆଉ ଯାହାର ଫାଇଦା ଉଠାଇ ନୁରେନ, ଯୁବତୀଙ୍କୁ ଇସଲାମ ପରମ୍ପରା ଅନୁଯାୟୀ ବିବାହ କରିବାକୁ କହିଥିଲେ ।
ସନ୍ତାନର ଭବିଷ୍ୟତକୁ ଦୃଷ୍ଟିରେ ରଖି ଇସଲାମ ପରମ୍ପରା ଅନୁଯାୟୀ ପୁଣି ଥରେ ବିବାହ କରିଥିଲେ। ଏହା ପରେ ଅଭିଯୁକ୍ତଙ୍କ ବ୍ୟବହାର ବଦଳିଯାଇଥିଲା । ସେ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାରିଦେବାକୁ ଧମକ ଦେଇଥିଲେ । ଆଉ ଯେତେବେଳେ ଯୁବତୀ ଜଣକ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ହିନ୍ଦୁ ଝିଅ ସହିତ କଥାବାର୍ତ୍ତା କରୁଛନ୍ତି ଏବଂ ମିଛରେ ଫସେଇ ତାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହା ପରେ ସେ ଥାନାରେ ଅଭିଯୋଗ କରିଥିଲେ ।
Powered by Froala Editor