ନିଲାମ ଜିତି ଏୟାର ଇଣ୍ଡିଆକୁ କିଣିଲା ଟାଟା
ନୂଆଦିଲ୍ଳୀ: ଏୟାର ଇଣ୍ଡିଆର ଇତିହାସ ଟାଟାଗ୍ରୁପ ସହିତ ଯୋଡି ହୋଇ ରହିଛି । ୬୮ ବର୍ଷ ତଳେ ଅର୍ଥାତ ୧୯୩୨ ମସିହାରେ ଟାଟା ଗ୍ରୁପ ଦ୍ୱାରା ଏୟାର ଇଣ୍ଡିଆ ଆରମ୍ଭ କରାଯାଇଥିଲା। ସେତେବେଳେ ଟାଟା ଗ୍ରୁପର ମୁଖ୍ୟ ଜେ.ଆ.ଡି ଟାଟା ଏହାର ଫାଉଣ୍ଡର ଥିଲେ ଓ ଏୟାର ଇଣ୍ଡିଆର ନାମ ଟାଟା ଏୟାର ସର୍ଭିସ ରଖା ଯାଇଥିଲା। ୧୯୩୮ ସୁଦ୍ଧା କମ୍ପାନୀ ଘରୋଇ ଉଡାଣ ଆରମ୍ଭ କରିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହାକୁ ସରକାର ନିଜ ହାତକୁ ନେଇଯାଇଥିଲେ।
ସ୍ୱାଧୀନତା ପରେ ସରକାର ଏୟାର ଇଣ୍ଡିଆରେ ୪୯ ପ୍ରତିଶତ ଅଂଶଧନ ବିନିଯୋଗ କରିଥିଲେ। ବହୁଦିନ ପରେ ଦେଶରେ ଏକ ବଡ ଏୟାର ଲାଇନ୍ସ ବିକ୍ରି ହୋଇଛି। ଦୀର୍ଘଦିନ କ୍ଷତିରେ ଚାଲିବା ପରେ ଏହାକୁ ବିକିବାକୁ ସରକାର ଟେଣ୍ଡର କରିଥିଲେ ଓ ଏହି ଟେଣ୍ଡରେ ଟାଟା ସନ୍ସ ଜିତି ଆଜି ପୁଣିଥରେ ନିଜଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏୟାର ଇଣ୍ଡିଆକୁ ସରକାରଙ୍କ ଠାରୁ କିଣି ନେଇଛି ଟାଟା ଗ୍ରୁପ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଏୟାର ଇଣ୍ଡିଆର ବିକ୍ରି ପାଇଁ ଯେଉଁ ଦୁଇଟି ନିଲାମଧାରୀ ଡାକ ଦେଇଥିଲେ ତା ମଧ୍ୟରୁ ସରକାର ଟାଟା ଗ୍ରୁପକୁ ବାଛିଛନ୍ତି। ସୂଚନାଯୋଗ୍ୟ ଯେ ଟାଟା ଗ୍ରୁପ ଓ ସ୍ପାଇସଜଟର ଚେୟାରମ୍ୟାନ ଅଜୟ ସିଂହ ଏୟାର ଇଣ୍ଡିଆକୁ କିଣିବା ପାଇଁ ଶେଷ ନିଲାମ ଡାକିଥିଲେ।
Powered by Froala Editor