ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୭ ମୃତ
ଭୋପାଳ: ମଧ୍ୟପ୍ରଦେଶର ଜାତୀୟ ରାଜପଥ ୭୧୯ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସକୁ ପିଟିଲା ଡମ୍ପର । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ମଧ୍ୟପ୍ରଦେଶର ଗୋହାଡରେ ଏ ଦୁର୍ଘଟଣାଟି ଘଟିଛି ।
ସୂଚନା ଅନୁସାରେ, ଯାତ୍ରୀବାହୀ ବସଟି ଏକାଧିକ ଯାତ୍ରୀଙ୍କୁ ନେଇ ଗ୍ବାଲିୟରରୁ ବରେଲି ଯାଉଥିଲା । ଏହି ସମୟରେ ଏକ ଡମ୍ପରଟି ବସଟିକୁ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ୭ ଜଣଙ୍କ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏ ଖବର ଜଣାପଡିବା ପରେ ଘଟଣାସ୍ଥଳରେ ପହଞ୍ଚି ଥିଲା ପୋଲିସ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଏବଂ ଚିକିତ୍ସା ପାଇଁ ଗୋଡାଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ଅବସ୍ଥା ଜାଣିବା ପାଇଁ ମେଡିକାଲରେ ପହଞ୍ଚିଛନ୍ତି ଏସପି ।ତେବେ, ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ବସଟି କିଭଳି ଭାବରେ ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
Powered by Froala Editor