ଖାଉଟିଙ୍କ ଉପରେ ପଡ଼ିବ ମହଙ୍ଗା ମାଡ, ଆହୁରି ବଢ଼ିବ ଏଲଏନଜି ଗ୍ୟାସ
![ଖାଉଟିଙ୍କ ଉପରେ ପଡ଼ିବ ମହଙ୍ଗା ମାଡ, ଆହୁରି ବଢ଼ିବ ଏଲଏନଜି ଗ୍ୟାସ](https://odishanewslens.com/news_gallery/6592_1633071860.jpg)
ନୂଆଦିଲ୍ଲୀ : ପୁଣି ଖାଉଟିଙ୍କ ଉପରେ ପଡ଼ିବ ମହଙ୍ଗା ମାଡ । ପେଟ୍ରୋଲ ଓ ଡିଜେଲ ଦର ଶହେ ଟପି ସାରିଥିବାବେଳେ ଏଲଏନଜି ଗ୍ୟାସ ଦାମ ଆହୁରି ବଢ଼ିବା ସ୍ପଷ୍ଟ ହୋଇଯାଇଛି ।
କେନ୍ଦ୍ର ସରକାର ପ୍ରାକୃତିକ ଗ୍ୟାସ ଦାମରେ ୬୨% ବୃଦ୍ଧି କରିଛନ୍ତି । ଏହାଦ୍ୱାରା ବହୁ କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ରହିଛି । ବିଜୁଳି ଉତ୍ପାଦନ ଖର୍ଚ୍ଚ ବି ବୃଦ୍ଧି ପାଇବବୋଲି ଆକଳନ କରାଯାଇଛି । ତେବେ ଗ୍ୟାସ ଦ୍ୱାରା ଖୁବ କମ ବିଜୁଳି ଉତ୍ପାଦିତ ହେଉଥିବାରୁ ଏହାର ପ୍ରଭାବ ସେତେଟା ପରିଲକ୍ଷିତ ହେବନାହିଁ । ତେବେ ସାର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ସବୁଠାରୁ ବଡ଼ କଥା ହେଉଛି ସିଏନଜି ଠାରୁ ନେଇ ରୋଷେଇ ଗ୍ୟାସ ଦାମ ବୃଦ୍ଧି ପାଇବା ନିଶ୍ଚିତ ହୋଇଯାଇଛି । ପ୍ରାକୃତିକ ଗ୍ୟାସର ବ୍ୟବହାର ବିଜୁଳି, ସାର, ଅଟୋମୋବାଇଲ ଓ ରୋଷେଇ ଗ୍ୟାସ ପାଇଁ ହୋଇଥାଏ । ଅପ୍ରେଲ ୨୦୧୯ ପରେ ପ୍ରଥମ ଥର ପାଇଁ ପ୍ରାକୃତିକ ଗ୍ୟାସ ଦାମ ବୃଦ୍ଧି ପାଇଛି । ଆକଳନ ଅନୁଯାୟୀ ଏହାଦ୍ୱାରା ସିଏନଜି ଓ ପାଇପ ରୋଷେଇ ଗ୍ୟାସ ଦର ୧୦ରୁ ୧୧% ବୃଦ୍ଧି ପାଇବ ।
Powered by Froala Editor