ନିଲାମ ହେବ ବିଶ୍ୱର ସବୁଠୁ ଦାମୀ ରୋମାନ ଅଙ୍ଗୁର
ନିଲାମ ହେବ ବିଶ୍ୱର ସବୁଠୁ ଦାମୀ ଅଙ୍ଗୁର । ଯାହାର ଗୋଟିଏ ପେନ୍ଥାର ଦାମ୍ ୮ ଲକ୍ଷ । ସୂଚନା ଅନୁଯାୟୀ, ଜାପାନର ଏହି ଅଙ୍ଗୁରର ନାମ ରୁବି ରୋମାନ୍ ଅଙ୍ଗୁର। ଏହା ଏକ ବିଶେଷ ପ୍ରକାରର ଅଙ୍ଗୁର ଯାହା ସବୁ ସ୍ଥାନରେ ଚାଷ କରାଯାଇପାରିବ ନାହିଁ। ଏହି ଅଙ୍ଗୁରର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏହାର ଦାନା ସାଧାରଣ ଅଙ୍ଗୁରର ଦାନାଠାରୁ ତିନି ଗୁଣ ବଡ଼। ଏହି ଅଙ୍ଗୁର କୌଣସି ଦୋକାନରେ ବି ମିଳେ ନାହିଁ। ଏଗୁଡ଼ିକ କେବଳ ନିଲାମ ମାଧ୍ୟମରେ ମିଳିଥାଏ।
ଜାପାନରେ ଇଶିକାୱା ପ୍ରି-ଫ୍ରାକ୍ଟାଲ୍ କମ୍ପାନୀ ବ୍ୟତୀତ ଅନ୍ୟ କେହି ଏହାକୁ ଲଗାନ୍ତି ନାହିଁ କାରଣ ଏହି ଅଙ୍ଗୁର ବହୁତ ମହଙ୍ଗା ଅଟେ। ୨୦୨୦ ମସିହାରେ ହୋଇଥିବା ଏକ ନିଲାମରେ, ଗୋଟିଏ ପେନ୍ଥା ଅଙ୍ଗୁର ୧୨ ହଜାର ଆମେରିକୀୟ ଡଲାରରେ ବିକ୍ରି ହୋଇଥିଲା ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ ଆଠ ଲକ୍ଷ ଟଙ୍କା।
ଗତ କିଛି ବର୍ଷ ମଧ୍ୟରେ ଜାପାନରେ ଦୁନିଆର ସବୁଠାରୁ ମହଙ୍ଗା ମିୟାଜାକି ଆମ୍ବ ମଧ୍ୟ ଦେଖିବାକୁ ମିଳିଥିଲା। ଏହାର ଏକ କିଲୋଗ୍ରାମ ଆମ୍ବର ଦାମ୍ ଅଢେଇ ଲକ୍ଷ ଟଙ୍କା।
Powered by Froala Editor