ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତାକୁ ଦାୟୀ କଲେ ରାଜସ୍ବ ମନ୍ତ୍ରୀ
ଭୁବନେଶ୍ଵର: ବନ୍ୟା ସ୍ଥିତି ପରିଚାଳନା ନେଇ ପ୍ରଶ୍ନ ଉଠିବା ପରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତାକୁ ଦାୟୀ କଲେ ରାଜସ୍ବ ମନ୍ତ୍ରୀ । ସେ କହିଛନ୍ତି ଯେ, IMD ପକ୍ଷରୁ ଆକଳନ ଅନୁସାରେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ତେବେ ଆକଳନ ଠାରୁ ଅଧିକ ବର୍ଷା ହେବାରୁ ସ୍ଥିତି ବିଗିଡ଼ିଲା । ଗଞ୍ଜାମ ଇତିହାସରେ ଏମିତି ବର୍ଷା କେବେ ହୋଇନଥିଲା । ୨୮, ୨୯ ଓ ୩୦ରେ ପ୍ରବଳ ବର୍ଷା ହେବାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ଗଞ୍ଜାମରେ ୩ ଦିନରେ ୩୩୭.୬ ମିଲିମିଟର ବର୍ଷା ହୋଇଥିଲା । ଏହି ସମୟରେ ପାତ୍ରପୁରରେ ୮୦୮.୪ ମିମି ବର୍ଷା ରେକର୍ଡ ହୋଇଛି । ଗୋଟିଏ ଦିନରେ ପାତ୍ରପୁରରେ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ବନ୍ୟା ସ୍ଥିତିର ମୁକାବିଲା ପାଇଁ ୮ ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଥିଲା । ଆଗାମୀ ଦିନରେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ IIT ସହ ଆଲୋଚନା ହୋଇଥିଲା ।
ମନ୍ତ୍ରୀ ପୁଣି କହିଛନ୍ତି ଯେ, ବାତ୍ୟା ଅର୍ଣ୍ଣବରେ କେବଳ ଜଣଙ୍କର ଭୂସ୍ଖଳନରେ ମୃତ୍ୟ ହେଲା । ଆଗକୁ ପର୍ବତ ପାହାଡ଼ କନ୍ଧମାଳ ଗଜପତିରେ ଭୂସ୍ଖଳନ ନେଇ ଅନୁଧ୍ୟାନ କରାଯିବ । ୨୪ ବର୍ଷର ସରକାର ନିଜ ବିଫଳତା ଲୁଚାଇବାକୁ ଆମକୁ ଦୋଷ ଦେଉଛନ୍ତି । ୨୪ ବର୍ଷ ଶାସନ ଭିତରେ ପୂର୍ବ ସରକାର ଦୃଷ୍ଟି ଦେଇ ନଥିଲେ । ବିରୋଧୀ ତଥ୍ୟ ଧରିକି ଆସନ୍ତୁ, ଆମେ ବିଧାନସଭାରେ ଉତ୍ତର ଦେବୁ । ଆସନ୍ତା ବିଧାନସଭାରେ ବିରୋଧୀ ତଥ୍ୟ ସହ ଉତ୍ତର ଦେବାକୁ ଅନୁରୋଧ କରିଛନ୍ତି ରାଜସ୍ଵ ମନ୍ତ୍ରୀ ।
Powered by Froala Editor