ଆଶ୍ରମ ବିଦ୍ୟାଳୟରେ ମ୍ୟାଲେରିଆ ଆତଙ୍କ, ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ
ରାୟଗଡା: ସେବାଶ୍ରମରେ ମ୍ୟାଲେରିଆ ଆତଙ୍କ । ଭଉଣୀ ମୃତ, ଭାଇ ଗୁରୁତର ଅଭିଯୋଗ । ରାୟଗଡା ଜିଲ୍ଲା ସଦର ମହକୁମା ଜେମାଦେଇପେଣ୍ଠ ପଞ୍ଚାୟତରେ ଥିବା ବଡରାଇସିଂ ଆଶ୍ରମ ବିଦ୍ୟାଳୟରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ । ତାଙ୍କ ସାନ ଭାଇ ଗୁରୁତର ଥିବା ସୂଚନା ମିଳିଛି । ମୃତକ ହେଲେ ଖୁସି କିଲାକା ।
ଅଭିଯୋଗ ଅନୁଯାୟୀ, ୧୦ଦିନର ଛୁଟି ପରେ ଭାଇ ଭଉଣୀ ବିଦ୍ୟାଳୟକୁ ଆସିଥିଲେ । ଜ୍ୱରରେ ଆକ୍ରାନ୍ତ ହେବାରୁ ଖୁସିକୁ ପ୍ରଥରେ ଜେମାଦେଇପେଣ୍ଠ ସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ରକ୍ତ ପରୀକ୍ଷା ପରେ ଖୁସି ମ୍ୟାଲେରିଆରେ ଆକ୍ରାନ୍ତ ଥିବା ଜଣାପଡିଥିଲ ।
ତୁରନ୍ତ ତାଙ୍କୁ ମ୍ୟାଲେରଆ ଔଷଧ ଦିଆଯାଇଥିଲା । ଗତକାଲି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
Powered by Froala Editor