ଖାଉଟିଙ୍କୁ ଚିନ୍ତା ପକାଇଛି ପନିପରିବା ଦର
ଭୁବନେଶ୍ୱର: କାର୍ତ୍ତିକ ମାସରେ ପନିପରିବା ଦର ଆକାଶଛୁଆଁ। କଞ୍ଚା ପନିପରିବାର ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତା ପକାଇଛି। କାର୍ତ୍ତିକ ମାସରେ ପନିପରିବାର ଚାହିଦା ଅଧିକ ରହୁଥିବା ବେଳେ ଦର ବୃଦ୍ଧି ଖାଉଟିଙ୍କ ପକେଟକୁ ବାଧୁଛି। କଞ୍ଚା ପନିପରିବା ଯୋଗାଣ ପାଇଁ ଓଡ଼ିଶାକୁ ଅଧିକାଂଶ କ୍ଷେତ୍ରରେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି।
ବାହାର ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ପନିପରିବା ଫସଲ ନଷ୍ଟ ହୋଇଥିବାରୁ ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ସିଧାସଳଖ ବଜାର ଦର ଉପରେ ପଡ଼ିଛି। ଫଳରେ ବଜାରରେ ପନିପରିବାର ଅଭାବ ଦେଖାଦେଇଛି ଏବଂ ଦର ବୃଦ୍ଧି ପାଇଛି।
Powered by Froala Editor