୨୫ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋଦୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୫ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ୧୭୦ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା ଜିଲା ଜଟଣୀ ନିକଟସ୍ଥ ଆର୍ବିଆଇ ଡାଟା ସେଣ୍ଟର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ସମସ୍ତ ଭାରତୀୟଙ୍କ ତଥ୍ୟ କିଭଳି ସୁରକ୍ଷିତ ରହିବ ଏବଂ ସାଇବର ସିକ୍ୟୁରିଟିକୁ ପ୍ରାଧାନ୍ୟ ଦେଇ ଓଡ଼ିଶାରେ ଆର୍ବିଆଇର ଦ୍ୱିତୀୟ ଡାଟା ସେଣ୍ଟର ସ୍ଥାପନ କରାଯାଇଛି। ଡାଟା ସେଣ୍ଟର ପୃଥିବୀର ସର୍ବବୃହତ ଆବଶ୍ୟକତା। ଏହି ଡାଟା ସେଣ୍ଟର ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ବାଛିଛନ୍ତି, ଯାହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ପ୍ରଧାନମନ୍ତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ୨୫ ତାରିଖ ଅପରାହ୍ନ ୪ଟାରେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବା ପରେ ଖୋର୍ଦ୍ଧା ଗସ୍ତ କରିବେ। ସେଠାରେ ଆର୍ବିଆଇ ସେଣ୍ଟରର ଉଦ୍ଘାଟନ କରିବେ ବୋଲି ଭାଜପା ରାଜ୍ୟ ଉପସଭାପତି ଜତୀନ ମହାନ୍ତି କହିଛନ୍ତି।
Powered by Froala Editor