ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତିର ଶୁଭାରମ୍ଭ, ରାଧାଦାମୋଦର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀବିଗ୍ରହ
ପୁରୀ: ଗୁରୁବାର ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀରୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତିର ଶୁଭାରମ୍ଭ ହେବ । ଏହି ଅବସରରେ ଶ୍ରୀବିଗ୍ରହ ରାଧାଦାମୋଦର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଠାକୁରଙ୍କୁ ସ୍ୱତନ୍ତ୍ର ବାଳଭୋଗ ଅର୍ପଣ କରାଯିବ । ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁସାରେ ପ୍ରାତଃ ସାଢ଼େ ୬ଟାରୁ ସାଢ଼େ ୭ଟା ମଧ୍ୟରେ ଶ୍ରୀବିଗ୍ରହଙ୍କ ରାଧାଦାମୋଦର ବେଶ ସମ୍ପନ୍ନ ହେବ । ସେହିଭଳି ୧୦ଟାରୁ ସାଢ଼େ ୧୦ଟା ମଧ୍ୟରେ ଠାକୁରଙ୍କ ବାଳଧୂପ ହେବ । ଆସନ୍ତା ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଜାରି ରହିବ । ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ପରିଧାନ କରି ଶ୍ରୀଭୁଜରେ ସୁବର୍ଣ୍ଣନଳୀ ଲାଗି ହେବେ । ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ସହ ଠାକୁରେ ବାରଲାଗି ପାଟ ବିଭିନ୍ନ ପୁଷ୍ପ ଅଳଙ୍କାର, ଫୁଟା ଶିରିକାପଡ଼ା ଓ ଉତ୍ତରୀୟ ପରିଧାନ କରିବେ । ଏହି ବେଶରେ ଥାଇ ଠାକୁରଙ୍କଗୋପାଳବଲ୍ଲଭ ଓ ସକାଳଧୂପ ନୀତି ସଂପନ୍ନ ହେବ । ସ୍ୱତନ୍ତ୍ର ବାଳଧୂପରେଠାକୁରଙ୍କୁ ପାଚିଲା କଦଳୀ, ସେଓ, ଚାଉଳିଆ, ନଡ଼ିଆ ଆଦି ଫଳମୂଳ ସହଲିଆ, ଛତୁଆ ଓ ସୋଲା ଆଦି ଅର୍ପଣ କରାଯିବ । ପଞ୍ଚୁକ ଅବସରରେ ଠାକୁରଙ୍କସ୍ୱତନ୍ତ୍ର ବେଶ ହେବ । ତେବେ ଚଳିତ ବର୍ଷ ଦ୍ୱାଦଶୀ କ୍ଷୟ ଥିବାରୁ ବାଙ୍କଚୂଡ଼ ତଥାବାମନ ବେଶ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।
ଶ୍ରୀମନ୍ଦିର କାର୍ତ୍ତିକ ନୀତି ଅନୁସାରେ ଶ୍ରୀମନ୍ଦିର ଦ୍ୱାର ଫିଟିବ ରାତି ୪ଟାରେ । ପ୍ରାତଃ ୫ଟାରେ ମଙ୍ଗଳ ଆଳତି ହେବ । ୬ଟା୧୫ରେ ଅବକାଶ ନୀତି ହୋଇରାଧାଦାମୋଦର ବେଶ ଆରମ୍ଭ ହେବ । ୮ଟାରେ ଗୋପାଳ ବଲ୍ଲଭ ଭୋଗ ଓ ସକାଳଧୂପ ସାଢ଼େ୮ଟାରୁ ସାଢ଼େ ୯ଟା ମଧ୍ୟରେ ହେବ । ଏହାପରେ ବାଳଧୂପଭୋଗ । ୧୨ଟାରେ ଭୋଗମଣ୍ଡପ ଶେଷ ହୋଇ ଭକ୍ତ ଅନ୍ନମହାପ୍ରସାଦ ପାଇବେ । ସାଢ଼େ ୧ଟା ମଧ୍ୟରେ ମଧ୍ୟାହ୍ନଧୂପ ଓ ସାଢ଼େ ୨ଟା ମଧ୍ୟରେ ୨ୟ ଭୋଗମଣ୍ଡପହେବ । ଅପରାହ୍ଣ ୩ଟା୩୦ରେ ଦିବା ପହୁଡ଼ ହେବ । ପୁନଃ ଦ୍ୱାର ଫିଟା ହେବସାଢ଼େ ୫ଟାରେ । ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହେବ । ଏହାପରେସନ୍ଧ୍ୟା ଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ ଓ ଭୋଗ ବଢ଼ି ରାତ୍ର ୧୨ଟାରେଠାକୁରଙ୍କ ରାତ୍ର ପହୁଡ଼ ହେବ ।
Powered by Froala Editor