ମେଲାଣି ନେଉଛନ୍ତି ମା' ଦଶଭୁଜା, କମ୍ପୁଛି କଟକ ସହର
କଟକ: ଆଜି ମେଲାଣି ନେଉଛନ୍ତି ମା' ଦଶଭୁଜା । ଭସାଣ ପର୍ବ ପାଇଁ କମ୍ପୁଛି କଟକ ସହର । ଗତକାଲି ହାତ ଗଣତି କିଛି ମେଢ଼ ବିସର୍ଜନ ହୋଇଥିବା ବେଳେ ଆଜି ଅନେକ ମଣ୍ଡପରୁ ମେଢ଼ ଗୁଡିକ, ବିସର୍ଜନ ପାଇଁ ବାହାରି ପଡିଲେଣି । ପ୍ରଥମେ ମେଢ଼ ଗୁଡିକ ନିଜ ସାହି ପରିକ୍ରମା କରିବା ପରେ, ଭସାଣ ଶୋଭାଯାତ୍ରାରେ ସାମିଲ ହେବାର ପରମ୍ପରା ରହିଛି । ପାରମ୍ପରିକ ବାଦ୍ୟ, ଘଣ୍ଟ, ଘଣ୍ଟା ଚାଙ୍ଗୁ ବାଜାରେ କମ୍ପୁଛି କଟକ ସହର । ପାଖାପାଖି 150ରୁ ଅଧିକ ମେଢ଼ ଗୁଡିକ ଆଜି ଦେବୀଗଡାରେ ବିସର୍ଜନ ହେବେ ।
ମେଢ଼ ବିସର୍ଜନ ପାଇଁ ପୁରୀଘାଟ ସ୍ଥିତ ଦେବୀ ଗଡ଼ା ଠାରେ 12 ଟି ଅସ୍ଥାୟୀ କୃତ୍ରିମ ପୋଖରୀ ପ୍ରସ୍ତୁତ କରାଯାଇଛି । ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ପରିବେଶ ସୁରକ୍ଷା ଏବଂ ଆକର୍ଷଣୀୟ ପାଇଁ କଟକ ମହାନଗର ନିଗମ ମଧ୍ୟ ଭଲ ପଦକ୍ଷେପ ନେଇଥିବା ମେୟର ସୁବାସ ସିଂ କହିଛନ୍ତି ।
ଭସାଣ ଶୋଭାଯାତ୍ରା ସମୟରେ ସହରରେଶାନ୍ତି ଓ ନିରାପତ୍ତା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ବାରିକେଡ଼ ରଖାଯିବା ସହ ବନ୍ଧୁକଧାରୀ ପୋଲିସ ମୁତୟନ କରାଯାଇଛି ।
Powered by Froala Editor