ହାଇଦରକୁ ନେଇ ବିଜୟ ମହାପାତ୍ରଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର : ଏସସିବି ମେଡ଼ିକାଲରୁ ଚମ୍ପଟ ମାରିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର । ଯାହା ଏବେ ପୁଲିସର ନିଦ ହଜାଇଦେଇଛି । ଅପରପକ୍ଷରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏନେଇ ବିସ୍ଫୋରକ ବୟାନ ଦେଇଛନ୍ତି । ତାହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ବିଜୟ କହିଛନ୍ତିଯେ, ହାଇଦର ଫେରାର ହେବା ପଛରେ ବଡ଼ ଅଫିସରଙ୍କର ସଂପୃକ୍ତି ରହିଛି । ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବେ ହାଇଦରକୁ ଫେରାର କରାଯାଇଛି । ଫେରାରର ସତ୍ୟ ଘଟଣାକୁ ଲୁଚେଇବାକୁ ଚେଷ୍ଟା କରାଯାଉଛି । ପ୍ରଥମେ ଏସଟିଏଫ ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର । ଡିଜି, ଏସଟିଏଫ ମୁଖ୍ୟ, ଏଡ଼ିଜି, ଡିସିପି ନିଜ ଦାୟିତ୍ୱ ଠିକରେ ତୁଲାଇବାକୁ ସେ କହିଛନ୍ତି ।
ସେହିପରି ହାଇଦରକୁ ଖସାଇବା ପାଇଁ ଡିସେମ୍ବର ମାସରୁ ପ୍ରସ୍ତୁତି ଚାଲିଥିଲା । ଏଥିରେ ଓଡ଼ିଶାର ବଡ଼ ବଡ଼ ଅଫିସରଙ୍କ ସଂପୃକ୍ତି ରହିଛି । ସାଧାରଣ ରୋଗୀଙ୍କୁ ଏସସିବିରେ ବେଡ଼ ମିଳୁନଥିବାବେଳେ ଗ୍ୟାଙ୍ଗଷ୍ଟାରକୁ କେବିନ କେମିତି ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏସସିବିରେ କ୍ୟାବିନ ବ୍ୟବସ୍ଥା କିଏ କରିଥିଲା ବୋଲି ଶ୍ରୀ ମହାପାତ୍ର ପଚାରିଛନ୍ତି ।