ଆଜି ଅଲମ୍ପିକ୍ ମଇଦାନକୁ ଓହ୍ଲାଇବ ଭାରତୀୟ ମହିଳା ହକି ଦଳ
ଭାରତୀୟ ମହିଳା ହକି ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇବା ପରେ ବିଶ୍ୱର ୩ନମ୍ବର ଦଳ ଆର୍ଜେଣ୍ଟିନା ସହ ଦିନ ୩.୩୦ ସେମିଫାଇନାଲ ମ୍ୟାଚ ଖେଳିବ । ଅଷ୍ଟ୍ରେଲିଆ ସହ ହୋଇଥିବା ସେମିଫାଇନାଲ ଜିତିବା ପରେ ଭାରତୀୟ ଖେଳାଳି ମାନଙ୍କ ମଧ୍ୟରେ ଉକôଣ୍ଠା ଭରି ରହିଛି । ସୂଚନା ଯୋଗ୍ୟ ଯେ ଲିଗ ପର୍ଯ୍ୟାୟରେ ମହିଳା ହକି ଦଳ କ୍ରମାଗତ ୩ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଥିଲା ଓ ପରେ ଆୟାରଲ୍ୟାଣ୍ଡକୁ ହରାଇ ଦଳ ବିଜୟର ଅଭିଯାନ ଆରମ୍ଭ କରିଥିଲା । ଅଷ୍ଟ୍ରେଲିଆ ଭଳି ଟିମକୁ ହରାଇବା ପରେ ରାଣୀ କୁମାରଙ୍କ ନେତୃତ୍ୱାଧିନ ଟିମ ଇଣ୍ଡିଆ ଅର୍ଜେଣ୍ଟିନାକୁ ମଧ୍ୟ ମାତ ଦେବାକୁ ପ୍ରସ୍ତୁତ ହେଉଛି । ଆଜିର ସେମିଫାଇନାଲ ମ୍ୟାଚରେ ଭଲ ପ୍ରଦର୍ଶନ କରି ଦଳ ଫାଇନାଲକୁ ପ୍ରବେଶ କରି ଇତିହାସ ରଚିବ ବୋଲି କ୍ରୀଡାପ୍ରେମୀଙ୍କ ଆଶା ରହିଛି ।
Powered by Froala Editor