ଚକାଡ଼ୋଳା ବସ୍ ଦୁର୍ଘଟଣାଗ୍ରସ୍ତ: ୨୧ଜଣ ଆହତ
ନୟାଗଡ: ୨୦ ଫୁଟ୍ ତଳକୁ ଖସିଲା ବସ୍ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ବସ୍ରେ ଥିବା ସମସ୍ତ ୪୦ ଯାତ୍ରୀଙ୍କ ମଧ୍ୟରୁ ୨୧ଜଣ ଆହତ ହୋଇଥିବା ଜଣାପଡିଛି।
ଆହତ ଯାତ୍ରୀଙ୍କ ମଧ୍ୟରୁ ୩ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସୋମବାର ରାତି ପ୍ରାୟ ୨ଟାରେ ଭାରସାମ୍ୟ ହରାଇ ଚକାଡ଼ୋଳା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି । ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଯାତ୍ରୀବାହୀ ବସ୍ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।
Powered by Froala Editor