ମାଗଣାରେ ଶିଶୁକୁ ମିଳିଲା ୧୬ କୋଟିର ଇଞ୍ଜେକସନ

ମୁମ୍ବାଇ : ମହାରାଷ୍ଟ୍ର ନାସିକର ୨ ବର୍ଷର ଶିଶୁ ଶିବରାଜ ଏକ ବିରଳ ଜିନଗତ ରୋଗରେ ପୀଡ଼ିତ ଥିଲା । ଯାହାର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବାବେଳେ ଦେବଦୂତ ସାଜିଥିଲା ଆମେରିକାର ଏକ କମ୍ପାନୀ । ଶିଶୁଟିର ଜୀବନ ବଂଚାଇବା ପାଇଁ ଆମେରିକାର ଏକ କମ୍ପାନୀ ୧୬ କୋଟି ଟଙ୍କାର ଏକ ଇଞ୍ଜେକସନ ମାଗଣା ପ୍ରଦାନ କରିଛି । ଶିବରାଜ ଭାରତର ପ୍ରଥମ ରୋଗୀ ଯିଏ କି ଏକ ଲକି ଡ୍ର ଦ୍ୱାରା ଆମେରିକାର ଏକ କମ୍ପାନୀଠାରୁ ଏହି ଇଞ୍ଜେକସନ ମାଗଣାରେ ପାଇଛି ।
ଶିବରାଜ ବିରଳ ରୋଗ ‘ସ୍ପାଇନାଲ ମସ୍କୁଲାର ଆଟ୍ରୋଫି’ ରେ ସେ ପୀଡ଼ିତ । ଶିବରାଜଙ୍କ ବାପା ବିଶାଲ ଦାୱରେ ଏବଂ ମା’କିରନ ମଧ୍ୟବିତ ପରିବାରର । ପୁଅର ଏଭଳି ବିରଳ ରୋଗ କଥା ଜାଣି ସେମାନେ ଭାଙ୍ଗି ପଡ଼ିଥିଲେ । କିନ୍ତୁ ଆଶା ଛାଡ଼ିନଥିଲେ । ପ୍ରଥମେ ଶିବରାଜକୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ତେବେ ଚିକିତ୍ସା କରୁଥିବା ନୁ୍ୟରୋ ଡାକ୍ତର ବ୍ରଜେଶ ଉଡ଼ାନି କହିଥିଲେ ଯେ ‘ଜୋଲଜେନସ୍ମା’ ଇଞ୍ଜେକସନ ଶିବରାଜର ଜୀବନ ବଂଚାଇପାରିବ । ନାସିକରେ ଏକ ଜେରକ୍ସ ଦୋକାନ କରିଥିବା ଶିବରାଜଙ୍କ ପିତା ଏହି ଇଞ୍ଜେକସନ କିଣିବାକୁ ସକ୍ଷମ ନଥିଲେ । ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ସେମାନେ ଆମେରିକାର ଏକ କମ୍ପାନୀରେ ଲଟେରି ପାଇଁ ଆବେଦନ କରିଥିଲେ । ଲଟେରି ଜିତିବାପରେ ଶିବରାଜଙ୍କୁ ମାଗଣା ଇଞ୍ଜେକସନ ମିଳିଲା । ଗତ ଜାନୁଆରୀ ୧୯ରେ ଶିବରାଜକୁ ଏହି ଇଞ୍ଜେକସନ ଦିଆଯାଇଥିଲା ।
Powered by Froala Editor