ରାମ ମନ୍ଦିର ଦାନ ଚୋରି ମାମଲା : ଏଣିକି ୱବେ୍ସାଇଟ୍ରେ ଅପଲୋଡ୍ ହେବ ମାସିକ ଅଡିଟ୍ ରିପୋର୍ଟ
ଅଯୋଧ୍ୟା ରାମମନ୍ଦିରରେ ଦାନ ଅର୍ଥ ଚୋରି ମାମଲା ସଂପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ କୋର୍ଟ ସମସ୍ତ ପକ୍ଷକୁ ଏହାକୁ ନେଇ ରାଜନୀତି ନ କରିବାକୁ କହିଛନ୍ତି । କୋର୍ଟଙ୍କ ଅନୁସାରେ, ଏହା ଏକ ଅପରାଧ ଘଟଣା ସଂପର୍କିତ ସାଧାରଣ ମାମଲା । ତଦନ୍ତ ନିରପେକ୍ଷ, ସ୍ୱତନ୍ତ୍ର ହେବା ସହ ଠିକ୍ ଦିଗରେ ଯେପରି ଆଗେଇ ପାରିବ ତାହା ସୁନିଶ୍ଚିତ କରିବା କୋର୍ଟଙ୍କ ଉଦ୍ଦେଶ୍ୟ। କୋର୍ଟ ରାଜନୀତି କରିବାର ସ୍ଥାନ ନୁହେଁ । ଏଥିସହ ଖଣ୍ଡପୀଠ ଉତ୍ତରପ୍ରଦେଶ ସରକାରଙ୍କୁ ସାନି ବିଶେଷ ଯାଞ୍ଚ ଟିମ୍(ଏସ୍ଆଇଟି) ଗଢ଼ିବାକୁ କହିଛନ୍ତି ।
ଶୁଣାଣି ସମୟରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମୋହଟ୍ଟା କହିଥିଲେ ଯୋ,ଅଦାଲତଙ୍କ ଆଦେଶ ଅନୁସାରେ ରାଜ୍ୟ ସରକାର ଯାଞ୍ଚ ସର୍ମ୍ପର୍କିତ ଷ୍ଟାର୍ଟସ ରିପୋର୍ଟ ଦାଖଲ କରିଛନ୍ତି । ଏଯାବତ୍ ୮ ଜଣ ଗିରଫ ହୋଇଛନ୍ତି । ପ୍ରଥମେ ଏସଆଇଟି ମାମଲାର ତଦନ୍ତ କରୁଥିଲା । ବର୍ତ୍ତମାନ ପୋଲିସ ମାମଲାର ତଦନ୍ତ କରୁଛି ।
ଅଦାଲତଙ୍କ ତତ୍ତ୍ୱାବଧାନରେ ମାମଲାର ସିବିଆଇ ତଦନ୍ତ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆକାଉଣ୍ଟ ସଂପର୍କରେ ସିଏଜି ଅଡିଟ୍ କରାଯିବା ଭଳି ଦାବିରେ ପିଟିସନର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଭି ମୋହନାଙ୍କ ଖଣ୍ଡପୀଠରେ ସେଥିନେଇ ଶୁଣାଣି ହୋଇଥିଲା।
ଏବେ ଟ୍ରଷ୍ଟ ପ୍ରତି ମାସର ଅଡିଟ୍ ରିପୋର୍ଟ ନିଜର ଅଧିକାରୀକ ୱେବସାଇଟରେ ସାର୍ବଜନୀନ କରିବ, ଯେପରି ଦେଶ-ବିଦେଶର କୋଟି କୋଟି ରାମଭକ୍ତ ମନ୍ଦିରର ଆୟ-ବ୍ୟୟ ଏବଂ ଟ୍ରଷ୍ଟର ଗତିବିଧି ବିଷୟରେ ସିଧାସଳଖ ଜାଣିପାରିବେ। ଏହା ସହିତ ୱେବସାଇଟରେ ଟ୍ରଷ୍ଟର ପ୍ରଶାସନିକ ନିଷ୍ପତ୍ତି, ନିର୍ମାଣ କାର୍ଯ୍ୟ ଏବଂ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକଳାପର ନିୟମିତ ଅପଡେଟ୍ ମଧ୍ୟ କରାଯିବ।
ଏ ପର୍ଯ୍ୟନ୍ତ ଟ୍ରଷ୍ଟର ଆର୍ଥିକ ଅଡିଟ୍ ବର୍ଷକୁ କେବଳ ଥରେ, ଆର୍ଥିକ ବର୍ଷ ଶେଷ ହେବା ପରେ ପ୍ରସ୍ତୁତ କରାଯାଉଥିଲା। ଏହି ରିପୋର୍ଟ ଟ୍ରଷ୍ଟର ବୈଠକରେ ଟ୍ରଷ୍ଟିମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଉଥିଲା, କିନ୍ତୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଏହା ଉପଲବ୍ଧ ହେଉନଥିଲା। ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ପ୍ରତି ମାସର ଆୟ, ବ୍ୟୟ, ଦାନ ଏବଂ ଆର୍ଥିକ ସ୍ଥିତିର ବିବରଣୀ ୱେବସାଇଟରେ ସାର୍ବଜନୀନ କରାଯିବ।
Powered by Froala Editor