ପ୍ରଥମ ଡେଙ୍ଗୁ ଟିକା QDENGAକୁ ମଞ୍ଜୁରୀ
ଔଷଧ ନିୟାମକ ସଂସ୍ଥା DCGI ଜାପାନର ଔଷଧ କମ୍ପାନୀ ଟାକେଡା ପ୍ରସ୍ତୁତ QDENGA ଟିକାକୁ ବ୍ୟବସାୟିକ ବ୍ୟବହାର ପାଇଁ ଅନୁମୋଦନ କରିଛି । ଏହା ସହିତ QDENGA ଭାରତର ପ୍ରଥମ ଅନୁମୋଦିତ ଡେଙ୍ଗୁ ଟିକା ହୋଇଛି । ଭାରତରେ ପ୍ରତିବର୍ଷ ଲକ୍ଷାଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେଉଥିବା ବେଳେ ବର୍ଷା ଋତୁରେ ଏହାର ପ୍ରକୋପ ଅଧିକ ଦେଖାଯାଏ । ଏଭଳି ସ୍ଥିତିରେ QDENGA ଟିକାର ଅନୁମୋଦନ ଦେଶର ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଏକ ବଡ଼ ପଦକ୍ଷେପ ।
ଏହି ଟିକା ୪ରୁ ୬୦ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଅନୁମୋଦିତ ହୋଇଛି । ବଡ଼ କଥା ହେଉଛି, ଟିକା ନେବା ପୂର୍ବରୁ ଡେଙ୍ଗୁ ହୋଇଥିଲା କି ନାହିଁ, ସେଥିପାଇଁ ଅଲଗା ପରୀକ୍ଷା କରିବାର ଆବଶ୍ୟକତା ନାହିଁ । ଏହା ଡେଙ୍ଗୁ ଭାଇରସର ଚାରିଟି ସେରୋଟାଇପ୍ ବିରୋଧରେ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ କରାଯାଇଛି ।
Powered by Froala Editor