ଯୁବାବସ୍ଥାରେ କେଶ ହୋଇଯାଉଛିକି ଧଳା ? ଏହା କରନ୍ତୁ....
ବୟସ ଅଧିକା ହେଲେ କେଶ ପାଚିବା ସ୍ୱାଭାବିକ କଥା । କିନ୍ତୁ ବର୍ତମାନ ପରିବେଶ ଓ ଜଳବାୟୂର ପରିବର୍ତନ ଯୋଗୁଁ ଯୁବପିଢିଙ୍କ ଠାରେ କେଶ ଧଳା ହେବା ମୁଖ୍ୟ ସମସ୍ୟା ପାଲଟିଛି । ଏହାର ମୁଖ୍ୟ କାରଣ ହେଉଛି ଅଧୁନିକ ଜୀବନଶୈଳୀ, ଚିନ୍ତା, ବାୟୂ ପ୍ରଦୂଷଣ ଓ କେଶକୁ ସୁନ୍ଦର କରିବା ପାଇଁ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର କେମିକାଲ ପ୍ରଡକ୍ଟ । ତେବେ ଯଦି ଆପଣ ଏହି ସମସ୍ୟାର ସମ୍ମୁଖୀନ ହେଉଥାନ୍ତି, କିଛି ଘରୋଇ ଉପଚାର ମାଧ୍ୟମରେ ଆପଣ ଏଥିରୁ ମୁକ୍ତି ପାଇପାରିବେ ।
- କେଶ ପାଇଁ ଭିଟାମିନ୍ ଆବଶ୍ୟକ । ଏଥିପାଇଁ ଠିକ ସମୟରେ ଖାଇବା ଦରକାର । ବାଦାମରେ କପର ଓ ଭିଟାମିନ ଇ ରହିଥାଏ ଯାହା କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେଣୁ ସର୍ବଦା ବାଦାମ ଖାଇବା ଉଚିତ୍ ।
- ଚକୋଲେଟ ମସରୁମରେ ଅଧିକ କପର ଥିବାରୁ ଏହା କେଶକୁ କଳା ଓ ଘନ କରିଥାଏ ।
- ଶାଗ ଖାଇବା ଦ୍ୱାରା କେବଳ କେଶ ନୁହେଁ, ଶରୀରକୁ ମଧ୍ୟ ପ୍ରଚୁର ପରିମାଣରେ ଭିଟାମିନ ମିଳିଥାଏ । ଏହା କେଶକୁ କଳା କରିବାରେ ସହାୟକ ହୋଇଥାଏ ।
- ଅଣ୍ଡାରେ ଭିଟାମିନ ବି-୧୨ ଥାଏ, ଯାହା କେଶ ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି କୌଣସି ସମସ୍ୟା ନଥାଏ, ତେବେ ଆପଣ ଅଣ୍ଡାକୁ ପ୍ରତିଦିନ ଖାଇପାରିବେ ।
Powered by Froala Editor