Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, July 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

  • ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ...

  • ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ...

  • ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ...

  • YouTube ଦେଖି ଘରେ ପ୍ରସବ, ଚାଲିଗଲା ମହିଳାଙ୍କ ...

  • ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ...

  • କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ...

  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ...

  • ମାସକରେ ୧୫ ହଜାର ଖସିଲାଣି ସୁନା

  • ଗିରଫ ହେଲେ ତୃଣମୂଳ କଂଗ୍ରେସର କାଉନସିଲର ...

ରାଜନୀତି
Home ›› ରାଜନୀତି ››ମହାମାରୀ ସମୟରେ ରାଜ୍ୟ ସରକାର ରାସନ ସାମଗ୍ରୀ ବଂଟନରେ ୩୦୦ କୋଟି ଟଙ୍କାର ଘୋଟାଲା କରିଛନ୍ତି : କଂଗ୍ରେସ

ମହାମାରୀ ସମୟରେ ରାଜ୍ୟ ସରକାର ରାସନ ସାମଗ୍ରୀ ବଂଟନରେ ୩୦୦ କୋଟି ଟଙ୍କାର ଘୋଟାଲା କରିଛନ୍ତି : କଂଗ୍ରେସ

2021-08-02 03:53:10
15964
Share:
Facebook
Twitter
E-Mail
WhatsApp
Telegram
ମହାମାରୀ ସମୟରେ ରାଜ୍ୟ ସରକାର ରାସନ ସାମଗ୍ରୀ ବଂଟନରେ ୩୦୦ କୋଟି ଟଙ୍କାର ଘୋଟାଲା କରିଛନ୍ତି : କଂଗ୍ରେସ

ଭୁବନେଶ୍ୱର - କରୋନା ମହାମାରୀ ସମୟରେ ରାଜ୍ୟ ସରକାର ରେସନ ସାମଗ୍ରୀ ବଂଟନରେ ୩୦୦ କୋଟି ଟଙ୍କାର ଘୋଟାଲା କରିଛନ୍ତି । ଲକ୍ଷାଧିକ ‘ବୋଗସ୍‌’ ବା ଭୂତ ହିତାଧିକାରୀଙ୍କ କାର୍ଡ ଜରିଆରେ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ଚାଲିଥିବା ଖାଦ୍ୟଶସ୍ୟ ସାମଗ୍ରୀ ବଂଟନରେ ଏହି ଦୁର୍ନିତି ଚଳାଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି । ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଆବାହକ ସତ୍ୟପ୍ରକାଶ ନାୟକ ଅଭିଯୋଗ କରି କହିଛନ୍ତି ଯେ ବିଗତ ୧ ବର୍ଷ ମଧ୍ୟରେ ରାଜ୍ୟ ସରକାର ଶହଶହ କୋଟି ଟଙ୍କାର ରାସନ ସାମଗ୍ରୀ ଭୂତ ହିତାଧିକାରୀଙ୍କ ନାଁରେ ଉଠାଇଛନ୍ତି ଏବଂ ଲୁଟ କରିଛନ୍ତି ।

ଜାତୀୟ ଖାଦ୍ୟ  ସୁରକ୍ଷା ଆଇନରେ ରାଜ୍ୟରୁ ୯୩ ଲକ୍ଷ ୬ ହଜାର ୨୦୨ ଜଣ ହିତାଧିକାରୀ ଥିବା ବେଳେ କୌଣସି ଗୋଟିଏ ମାସରେ ବି ୯୩ ଲକ୍ଷ ହିତାଧିକାରୀଙ୍କୁ ରାସନ ଚାଉଳ ବଂଟନ କରାଯାଇ ନାହିଁ । ଅଥଚ ପ୍ରତ୍ୟେକ ମାସ ହଜାର ହଜାର ମେଟ୍ରିକ ଟନ ଚାଉଳ ବଂଟା ନହୋଇ ରହିଯାଇଥିବା ବେଳେ ପରବର୍ତୀ ମାସମାନଙ୍କରେ କାହିଁକି ବଳକା ଚାଉଳ ପରିମାଣ କଟା ନଯାଇ କେନ୍ଦ୍ରରୁ ସଂପୂର୍ଣ୍ଣ କୋଟା ଚାଉଳ ଉଠାଯାଉଛି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ପ୍ରତ୍ୟେକ ମାସରେ ରହିଯାଉଥିବା ହଜାର ହଜାର ମେଟ୍ରିକ ଟନ ଚାଉଲ କୁଆଡ଼େ ଯାଉଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହା ବିଜେଡ଼ି ସରକାରର ଏକ ମାସିକ ଘୋଟାଲା କାର୍ଯ୍ୟକ୍ରମ ବୋଲି କଂଗ୍ରେସ କହିଛି । 

ସେହିପରି ଗତ ୨ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱାନ ନେସନ - ୱାନ ରାସନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଘୋଷଣା କଲେ ଯେ ମାଲକାନଗିରି ଜିଲ୍ଲାରେ ଭିଟାମିନ ଯୁକ୍ତ ଚାଉଳ ବଂଟନ ଦ୍ୱାରା ପୃଷ୍ଟିହୀନତା ଦୂର କରାଯିବ । ଏ ବାବଦରେ ଖୋଲାସା କରି ଶ୍ରୀ ନାୟକ କହିଛନ୍ତି ଯେ ଏହା ହେଉଛି କେନ୍ଦ୍ରସରକାରଙ୍କ ଯୋଜନା । ସମଗ୍ର ଦେଶରେ ୧୫ ଟି ରାଜ୍ୟରୁ ୧୫ ଟି ଦୁର୍ବଳ ଜିଲ୍ଲାରେ ଏହି ପ୍ରକଳ୍ପକୁ ୨୦୧୯-୨୦ରୁ ଆରମ୍ଭ କରାଯାଇଛି ଅଥଚ ଦୁଇବର୍ଷ ବିଳମ୍ବରେ କାହିଁକି ନବୀନ ବାବୁ ଏ ପ୍ରକଳ୍ପକୁ  ଆରମ୍ଭ କଲେ ତାର ଯବାବ ରଖନ୍ତୁ ବୋଲି ଶ୍ରୀ ନାୟକ ଦାବି ରଖିଛନ୍ତି । ଆଗକୁ ପଂଚାୟତ ଏବଂ ପୌରନିର୍ବାଚନକୁ ଆଖିରେ ରଖି ନବୀନ ବାବୁ ଭିଟାମିନ ଚାଉଳ ଯୋଜନାକୁ ଦୁଇବର୍ଷ ଚାପି ଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । 

ସେହିପରି ଦେଶରେ ପ୍ରତ୍ୟେକ ରାଜ୍ୟ ବର୍ଷୱାରୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ଚିଠା ଅପଡେଟ କରୁଥିବାବୋଳ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ତାଗିତ ସତ୍ୱେ ତିନିବର୍ଷ ହେଲା କାହିଁକି ତାଲିକା ଅପଡେଟ କରୁନାହାନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ମହାମାରୀ ସମୟରେ  ରାଜ୍ୟ ସରକାର କାର୍ଡ ହିତାଧିକାରୀମାନଙ୍କୁ ଏକ କାଳୀନ ୧ ହଜାର ଟଙ୍କା ଦେବାପାଇଁ ୯୫୫ କୋଟି ଟଙ୍କା ମଞ୍ଜୁର କଲେ । ଅଥଚ ଦୁଇଲକ୍ଷରୁ ଅଧିକ ହିତାଧିକାରୀ ମିଳିଳେ ନାହିଁ ଯେଉଁଥିପାଇଁ ୨୦ କୋଟି ୭ଲକ୍ଷ ଟଙ୍କା ସରକାର ଫେରସ୍ତ ଆଣିଲେ । ଏହା ସ୍ପଷ୍ଟ କରୁଛି କି ପ୍ରାୟ ୨ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ଚାଲିଛି ଶହ ଶହ କୋଟି ଟଙ୍କାର ରେସନ ଚାଉଳ ଘୋଟଲାର ମାସିକ ରିସାଇକ୍ଲି ବୋଲି ଶ୍ରୀ ନାୟକ କହିଛନ୍ତି । ଏକ କେନ୍ଦ୍ରୀୟ ଆଇନକୁ ଭାଙ୍ଗି ରାଜ୍ୟ ସରକାର ମାସିକିଆ ଦୁର୍ନୀତି ଚଳାଇଛନ୍ତି ଅଥଚ କେନ୍ଦ୍ରରେ ଥିବା ବିଜେପି ସରକାର କାହିଁକି ନୀରବ କାହିଁକି ବୋଲି ପ୍ରଶ୍ନ କରିବା ସହିତ ଏହି ରାସନ ଘୋଟାଲାର ସିବିଆଇ ତଦନ୍ତ କଂଗ୍ରେସ ଦାବି କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପିସିସି ମୁଖପାତ୍ର ସସ୍ମିତା ବେହେରା ଓ ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Powered by Froala Editor

Tags Inc congress, Congress , Satya Prakash Nayak

Related articles Odisha News Lens 4.1

  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା : ୭ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା : ୭ ଜଣଙ୍କ ମୃତ୍ୟୁ

    14793
    Jul 01, 2026
  • ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ଆରମ୍ଭ
    ଦେଶ-ଦେଶାନ୍ତର

    ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ଆରମ୍ଭ

    15577
    Jul 02, 2026
  • ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ପୋଲିସର ବ୍ୟାପକ ତଲାସି ଅଭିଯାନ
    ଦେଶ-ଦେଶାନ୍ତର

    ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ପୋଲିସର ବ୍ୟାପକ ତଲାସି ଅଭିଯାନ

    14680
    Jul 02, 2026
  • ଗିରଫ ହେଲେ ତୃଣମୂଳ କଂଗ୍ରେସର କାଉନସିଲର ଶାକିର ଅଲି
    ଦେଶ-ଦେଶାନ୍ତର

    ଗିରଫ ହେଲେ ତୃଣମୂଳ କଂଗ୍ରେସର କାଉନସିଲର ଶାକିର ଅଲି

    15581
    Jul 01, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା
    ବିଶେଷ

    ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    14475
    Jul 03, 2026
  • ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ଘୋଷଣା
    ଦେଶ-ଦେଶାନ୍ତର

    ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ଘୋଷଣା

    15159
    Jul 01, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା
    ବାଣିଜ୍ୟ

    ମାସକରେ ୧୫ ହଜାର ଖସିଲାଣି ସୁନା

    14237
    Jul 01, 2026
  •  ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ନାଗରିକ ବନ୍ଦୀ
    ଦେଶ-ଦେଶାନ୍ତର

    ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ନାଗରିକ ବନ୍ଦୀ

    14142
    Jul 02, 2026
  • କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ସାମୟିକ ଭାବେ ବନ୍ଦ
    ଦେଶ-ଦେଶାନ୍ତର

    କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ସାମୟିକ ଭାବେ ବନ୍ଦ

    15245
    Jul 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ସାମୟିକ ଭାବେ ବନ୍ଦ

    15245
    Jul 01, 2026
  • ଦେଶ-ଦେଶାନ୍ତର

    ଗିରଫ ହେଲେ ତୃଣମୂଳ କଂଗ୍ରେସର କାଉନସିଲର ଶାକିର ଅଲି

    15581
    Jul 01, 2026
  • ଦେଶ-ଦେଶାନ୍ତର

    ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ପୋଲିସର ବ୍ୟାପକ ତଲାସି ଅଭିଯାନ

    14680
    Jul 02, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16960
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17572
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17623
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18020
    Sep 06, 2023

ବିଶେଷ

  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    14475
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14502
    Jun 30, 2026
  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    14270
    Jun 28, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15890
    Jun 26, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15763
    Jun 24, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15439
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15696
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13799
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14901
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    14475
    Jul 03, 2026
  • ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ପୋଲିସର ବ୍ୟାପକ ତଲାସି ଅଭିଯାନ

    14680
    Jul 02, 2026
  • ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ଘୋଷଣା

    15159
    Jul 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In