ରୋଷେଇ ଘରେ ରଖନ୍ତୁ ଏହି ଜିନିଷ, ବଢିବ ଧନ ସମ୍ପତ୍ତି
ବାସ୍ତୁଶାସ୍ତ୍ରରେ ମଣିଷ ଜୀବନଶୈଳୀ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ବର୍ଣ୍ଣନା କରାଯାଇଛି । କୁହାଯାଏ ଘରର ବାସ୍ତୁ ଠିକ୍ ନଥିଲେ ବ୍ୟକ୍ତିଟି ଉନ୍ନତି କରିପାରେ ନାହିଁ ଓ ଘରୁ ସକରାତ୍ମକତା ଦୂରେଇ ଯାଇଥାଏ । ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ରରେ ସୌଭାଗ୍ୟ ପ୍ରାପ୍ତି ପାଇଁ ବିଭିନ୍ନ ମସଲାର ବ୍ୟବହାର ବିଷୟରେ ଉଲ୍ଲେଖ ରହିଛି ଯାହାକୁ ଉପଯୋଗ କରିବା ଦ୍ୱାରା ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ବାସ୍ତୁ ଅନୁସାରେ ଜିରାର ସମ୍ବନ୍ଧ ରାହୁ-କେତୁ ଗ୍ରହ ସହ କରାଯାଇଛି । ଯେଉଁ ବ୍ୟକ୍ତିଙ୍କ ରାହୁ ଓ କେତୁ ଦଶା ରହିଛି, ସେମାନେ ଶନିବାର ଦିନ ଜିରାଦାନ କରିବା ଦ୍ୱାରା ଏହି ଦୋଷ କଟିଥାଏ । ଏହା ସହ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ମା’ଙ୍କ ଫଟୋ ଆଗରେ ଲାଲ୍ କପଡା ରଖି ସେଠାରେ ମୁଠାଏ ଜିରା ରଖି, ପୂଜା ପରେ ସେହି ଜିରାକୁ ବାନ୍ଧି ଟଙ୍କା ରଖିବା ସ୍ଥାନରେ ରଖିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ମିଳିଥାଏ । ଘରେ ଧନ ବୃଦ୍ଧି ହୋଇଥାଏ । ଏହା ସହିତ ଜିରାର କିଛି ଦାନାକୁ ହାତରେ ଧରି ନିଜ ଚାରିପଟେ ବୁଲାଇ ନିଆଁରେ ପକାଇବା ଦ୍ୱାରା ଘରୁ ନକରାତ୍ମକ ଉର୍ଜା ଦୂର ହୋଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଘରୁ ଜିରାଖାଇ ବାହାରିଲେ ଯେକୌଣସି କାମରେ ସଫଳତା ମିଳିଥାଏ ଓ ମଙ୍ଗଳବାର ଦହି ସହ ଜିରା ଖାଇବା ଅତ୍ୟନ୍ତ ଶୁଭ ହୋଇଥାଏ ।
Powered by Froala Editor