ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି, ୭୬୬୪ ପଦବୀ ହେବ ପୂରଣ
ଭୁବନେଶ୍ୱର: ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା। ୭୬୬୪ ପଦବୀ ପୂରଣ ପାଇଁ ସରକାରଙ୍କ ଗୃହ ବିଭାଗ ଦ୍ୱାରା OUSSSCକୁ ଚିଠି ଲେଖାଯାଇଛି। ୪୨୧୯ ସିଭିଲ କନେଷ୍ଟବଳ ପଦବୀ , ୨୨୧୨ OISF କନେଷ୍ଟବଳ ପଦବୀ, ୩୦୦ କନେଷ୍ଟବଳ (ଯୋଗାଯୋଗ) ଓ ୯୩୩ SI ପଦବୀ ପୂରଣ ହେବ ।
ଓଡ଼ିଶା ପୋଲିସର ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଚାରୋଟି ପର୍ଯ୍ୟାୟରେ ହେବ। ଲିଖିତ ପରୀକ୍ଷା, ଶାରୀରିକ ପରୀକ୍ଷା, ଡାକ୍ତରୀ ପରୀକ୍ଷା ଏବଂ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା।
Powered by Froala Editor