ରାଜଧାନୀରେ କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନ୍କାଉଣ୍ଟର୍ କଲା ପୁଲିସ
ଭୁବନେଶ୍ୱର:ରାଜଧାନୀରେ ଏନ୍କାଉଣ୍ଟର। ରାଜଧାନୀରେ କମିଶନରେଟ୍ ପୋଲିସ୍ ଓ କୁଖ୍ୟାତ ଡ୍ରଗ୍ସ ମାଫିଆ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଡ୍ରଗ୍ସ ମାଫିଆ ପପୁନ୍ ମାଝୀ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ, ଗଞ୍ଜାମଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳର ପପୁନ୍ ମାଝୀ ଇନ୍ଫୋ ଭ୍ୟାଲି ଥାନା ଅଞ୍ଚଳରେ ଡ୍ରଗ୍ସ ଡିଲ୍ କରୁଥିବା ବେଳେ ପୋଲିସ୍ ତାଙ୍କୁ କାବୁ କରିଥିଲା। ଏହି ସମୟରେ ପପୁନ୍ ପ୍ରଥମେ ପୋଲିସ୍ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲେ। ପରେ ପୋଲିସ୍ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା।
ପୋଲିସ ଗୁଳିରେ ପପୁନ୍ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ଏସ୍ସିବି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।
Powered by Froala Editor