Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୫୨୬ କିଲୋଗ୍ରାମ ହେରୋଇନ ଓ ...

  • ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ...

  • ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ ...

  • କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ

  • ରୋଗ ସହ ଯୁଝୁଛନ୍ତି ପୂର୍ବତନ କ୍ରିକେଟର୍‌ ...

  • ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ...

  • ଭାରତରେ ‘Apple Pay’ ପ୍ରବେଶ

  • ଟପ୍-୧୦ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ...

  • ପୂରା ଗାଁ ବିକ୍ରି ପାଇଁ ଲାଗିଲା ପୋଷ୍ଟର, ...

  • ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ ...

ରାଜନୀତି
Home ›› ରାଜନୀତି ››ଡେଙ୍ଗୁ ମହାମାରୀକୁ ହାଲୁକାରେ ନେବା ସରକାରଙ୍କୁ ମହଙ୍ଗା ପଡ଼ିବ : କଂଗ୍ରେସ

ଡେଙ୍ଗୁ ମହାମାରୀକୁ ହାଲୁକାରେ ନେବା ସରକାରଙ୍କୁ ମହଙ୍ଗା ପଡ଼ିବ : କଂଗ୍ରେସ

2021-07-29 16:49:40
14285
Share:
Facebook
Twitter
E-Mail
WhatsApp
Telegram
ଡେଙ୍ଗୁ ମହାମାରୀକୁ ହାଲୁକାରେ ନେବା ସରକାରଙ୍କୁ ମହଙ୍ଗା ପଡ଼ିବ : କଂଗ୍ରେସ

ଭୁବନେଶ୍ୱର - କରୋନା ମହାମାରୀ ପାଇଁ ସାରା ବିଶ୍ୱ ଏକ ଭୟଙ୍କର ସ୍ଥିତି ଦେଇ ଗତିକରୁଛି ।  କରୋନାର ଭୟଙ୍କର କରାଳ ରୂପ ଲୋକଙ୍କ ମନରୁ ଲିଭି ନଥିଲା ବେଳେ ବର୍ତମାନ ଦେଶରେ ଡେଙ୍ଗୁ ମହାମାରୀର ପ୍ରକୋପ ଦେଖା ଦେଲାଣି । ଆମେ ଆଗରୁ ଶୁଣିଥିଲେ ଦେଶର ବିଭିନ୍ନ ସ୍ଥାନରୁ ଯଥା ଦିଲ୍ଲୀ, ସୁରଟ  ସମେତ ଦେଶର ଅନ୍ୟାନ୍ୟ ବଡ଼ ସହରରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲେ । କିନ୍ତୁ ଏବେ ଆମ ରାଜ୍ୟ ଓଡ଼ିଶାରେ ବି ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଏକ ନିର୍ଦ୍ଦିଷ୍ଟ ଜାତି ମଶା ଦ୍ୱାରା ଏହି ଡେଙ୍ଗୁ ରୋଗ ବ୍ୟାପୁଛି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇ ରାଜ୍ୟରେ ଗୁରତର ଆକାରରେ ଧାରଣ କଲାଣି । କରୋନା ସାଂଗକୁ ଡେଙ୍ଗୁରୋଗ ଲୋକଙ୍କୁ ଭୟଭିତ କରୁଛି । ଆଜି ସୁଦ୍ଧା ରାଜ୍ୟରେ ସରକାରୀ ହିସାବରେ ୪୫୩ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ପ୍ରତିଦିନ ୩୦ ରୁ ଅଧିକ ଲୋକ ଡେଙ୍ଗୁରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ସରକାରୀ ହିସାବରୁ ଜଣାଯାଏ ।  କିନ୍ତୁ ପ୍ରକୃତରେ ହଜାର ହଜାର ସଂଖ୍ୟାରେ ଡେଙ୍ଗୁ ରୋଗୀ ସଂକ୍ରମିତ ହେଉଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ ଓ ଅନ୍ୟତମ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଅଭିଯୋଗ କରି କହିଛନ୍ତି । ଡ.  ପଟ୍ଟନାୟକ  କହିଛନ୍ତି ଆଗରୁ ଓଡ଼ିଶାରେ ଡେଙ୍ଗୁ କେବେ ଦେଖାଦେଇ ନଥିଲା ।  ବିଗତ ୩-୪ ବର୍ଷ ଧରି ଆମ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା ସହିତ ବହୁ ଲୋକ ମୃତ୍ୟୁବରଣ କରୁଛନ୍ତି । ପୌରାଂଚଳର ଅଧିବାସୀ ମାନଙ୍କ ଠାରୁ ଟିକସ ଆଦାୟ କରୁଥିବା ମହାନଗର ନିଗମ ସମେତ ରାଜ୍ୟର ପୌର କର୍ତୃପକ୍ଷମାନେ ଡେଙ୍ଗୁ ରୋଗ ନିୟନ୍ତ୍ରଣ କରିବାରେ ସଂପୂଣ୍ଣ ବିଫଳ ବୋଲି କଂଗ୍ରେସ ଅଭିଯୋଗ କରିଛି । ସାଧାରଣ ଜନତାଙ୍କ ଜୀବନର ମୂଲ୍ୟ ଅପେକ୍ଷା ରାଜ୍ୟସରକାରଙ୍କ ପଦାଧିକାରୀ ଓ ନେତାମାନେ ପ୍ରିୟାପ୍ରୀତି ପୋଷଣ ଓ ଅର୍ଥ ତୋଷରପାତରେ ବ୍ୟସ୍ତ ରହୁଛନ୍ତି । ସେହିପରି ନଗର ଉନ୍ନୟନ ମନ୍ତ୍ରୀ ଏକ ହତ୍ୟାମାମଲାରୁ ନିଜ ନାମକୁ କାଟିବାକୁ ଉଦ୍ୟମ କରୁଥିବା ବେଳେ ଡେଙ୍ଗୁ ମୁକାବିଲା କିଭଳି ହେବ ତାହାକୁ ନେଇ ଚିନ୍ତା କରୁନାହାନ୍ତି କି ତାଙ୍କ ବିଭାଗ କୌଣସି ଆବଶ୍ୟକ ପଦକ୍ଷେପ ନେଉଁ ନାହାନ୍ତି । ପୌରାଂଚଳରେ ହୋଲଡିଂ ଟ୍ୟାକ୍ସ ନେଉଛନ୍ତି କିନ୍ତୁ ସେବା ଯୋଗାଇ ଦେଉନାହାନ୍ତି କାହିଁକି ବୋଲି ନଗର ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଡ. ପଟ୍ଟନାୟକ । ପୌରାଂଚଳ ଓ ସହରାଂଚଳରେ ô ଦୁଇବର୍ଷରୁ ଅଧିକ ସମୟ ଧରି ଜନପ୍ରତିନିଧି ନଥିବାରୁ ରାଜ୍ୟରେ ଏଭଳି ଅବସ୍ଥା ଦେଖାଦେଇଛି ।  କେବଳ ଲୋକମାନଙ୍କ ପାଖରୁ ଫାଇନ ଆଦାୟ କରାଯାଉଛି କିନ୍ତୁ ଡେଙ୍ଗୁ ରୋଗୀଙ୍କ ଜୀବନ ରକ୍ଷାପାଇଁ ସରକାର କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ନଗରବାସୀଙ୍କ ପାଇଁ କେତେକ ପରାମର୍ଶମାନ (ଏୟାର କୁଲରେ ଥିବା ପାଣି, ପୂଜାଘରେ ଥିବା ଜଳପାତ୍ର, ଘରେ ମହଜୁତ ଥିବା ଜଳପାତ୍ର ଆଦିର ଜଳକୁ ନିୟମିତ ଭାବେ ପରିବର୍ତନ ଓ ସଫା କରିବା) ଦେଇ ସରକାର ହାତ ଟେକି ଦେଇଛନ୍ତି । କେବଳ ମିଥ୍ୟା ପ୍ରଚାର, ମିଥ୍ୟା ପ୍ରତିଶୃତି ଦେଇ ଜନସାଧାରଣଙ୍କୁ ପ୍ରତାରଣା କରିଚାଲିଛନ୍ତି ବୋଲି ସେ କହିଛନ୍ତି । ବିଶେଷକରି ଭୁବନେଶ୍ୱର ଓ କଟକ ସହରରେ ଏହା କାୟା ବିସ୍ତାର କରିଚାଲିଛି । ୧୦୭ରୁ ଅଧିକ ଡେଙ୍ଗୁ ରୋଗରେ ସଂକ୍ରମିତ ହୋଇଛନ୍ତି । ଭୁବନେଶ୍ୱର ଏବଂ କଟକର ଅଧିକାଂଶ ଅଂଚଳରେ ଡେଙ୍ଗୁରୋଗର ପାଦୃଭାବ ବଢ଼ୁଛି । ନଗର ଉନ୍ନୟନ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡେଙ୍ଗୁ ବ୍ୟାପିବା ସ୍ୱୀକାରକରି ଗଣମାଧ୍ୟମରେ ବିବୃତି ରଖିସାରିଛନ୍ତି । ଦୈତନଗରୀ ଭୁବନେଶ୍ୱର କଟକରେ ସରକାରୀ ହିସାବରେ ଡେଙ୍ଗୁରେ କେହି ମୃତ କରିନଥିଲେ ବି ଯେଉଁ ପରିମାଣରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ତାହା ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ସେଥିପାଇଁ ସରକାର ଦାୟି ରହିବେ ବୋଲି ମୁଖପାତ୍ର ଶ୍ରୀ ଦାଶ ସରକାରଙ୍କୁ ଚେତେଇ ଦେଇଛନ୍ତି । ଭୁବନେଶ୍ୱର ସ୍ମାର୍ଟ ସିଟି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ, ଏଠି ନାଳନର୍ଦ୍ଦମା ସଫା ନହେବା, ମଶାତେଲ ନପଡ଼ିବା, ମଶାଧୂଆଁ ଗାଡ଼ି ନବୁଲିବା ଦ୍ୱାରା ଡେଙ୍ଗୁ ବ୍ୟାପୁଛି ବୋଲି ଶ୍ରୀ ଦାଶ କହିଛନ୍ତି । ସରକାରଙ୍କ ଏଭଳି ଆଭିମୁଖ୍ୟ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦାଶ କହିଥିଲେ । ଏହି ଅବସରରେ ସରକାରଙ୍କୁ କେତେଗୁଡ଼ିଏ ପ୍ରଶ୍ନ କରାଯାଇଛି କଂଗ୍ରେସ ଦଳ ତରଫରୁ ।

ଚା    ଟିଫୋ ମେସିନ କେତୋଟି ଆସିଥିଲା, ଏବେ କେଉଁ ଅବସ୍ଥାରେ ଅଛି ଏବଂ ବର୍ତମାନ କେତୋଟି କାର୍ଯ୍ୟକ୍ଷମ କରୁଛି? 

ଚା    ଏହି ଟିଫୋ ମେସିନ କେଉଁ ସ୍ଥାନରେ କେବେ ବୁଲିଛି ଏବଂ କେତେଥର ବୁଲିଛି? 

ଚା    କେବଳ ଟିକସ ଓ ଫାଇନ ଆଦାୟ କରିବା କ’ଣ ବିଏମସି ଓ ସିଏମସିର କାମ କି? 

ଚା    ସ୍ମାର୍ଟସିଟି ପ୍ରଚାର କେବଳ ବିଜ୍ଞାପନରେ ସିମିତ କି? 

ଚା    ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶାମରା ତେଲ କେତେ ପରିମାଣରେ କିଣାଯାଇଛି ଏବଂ କେଉଁ ସ୍ଥାନରେ କେତେଥର ବ୍ୟବହାର ହୋଇଛି । 

ତେଣୁ ଡେଙ୍ଗୁ ରୋଗ ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ହସପିଟାଲରେ ଡେଙ୍ଗୁରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲିବା ସହିତ ମହାନଗରର ପ୍ରତ୍ୟେକ ୱାର୍ଡରେ ନାଳନର୍ଦ୍ଦମା ସଫା କରିବା ଏବଂ ଆବଶ୍ୟକତା ଅନୁଯାୟୀ ମଶାଧୂଆଁ ଏବଂ ମଶାତେଲ ପକାଇବା ସହ ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବାପାଇଁ ଅଧିକ ମାତ୍ରାରେ ପ୍ରଚାର ଓ ପ୍ରସାର କରିବା ସହିତ ଆବଶ୍ୟକ ପଦକ୍ଷେପ ନେବାପାଇଁ ସରକାରଙ୍କ ପାଖରେ ଦାବି ଜଣାଇଛି କଂଗ୍ରେସ । ଏହି ଅବସରରେ ଦୈତନଗରୀ କଟକ ଭୁବନେଶ୍ୱର ମହାନଗରର କମିଶନରଙ୍କୁ ଏକ ଦାବି ପତ୍ର ଦିଆଯିବା ସଂଗେ ସଂଗେ ବିଭିନ୍ନ ୱାର୍ଡ ବୁଲି କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଜନସଚେତନ କରିବା ସହିତ ଅଳିଆ ଆବର୍ଜନା କିପରି ସଫା ହୋଇପାରିବ ତାହା ପ୍ରତି ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ଦାଶ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀକୁ ପରିଚାଳନା କରିଥିଲେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ।

Powered by Froala Editor

Tags Inc congress, Congress , Dengue

Related articles Odisha News Lens 4.1

  • ପୂରା ଗାଁ ବିକ୍ରି ପାଇଁ ଲାଗିଲା ପୋଷ୍ଟର, ଜାଣନ୍ତୁ କେଉଁଠି ?
    ଦେଶ-ଦେଶାନ୍ତର

    ପୂରା ଗାଁ ବିକ୍ରି ପାଇଁ ଲାଗିଲା ପୋଷ୍ଟର, ଜାଣନ୍ତୁ କେଉଁଠି ?

    15644
    Sep 30, 2026
  • ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ
    ଦେଶ-ଦେଶାନ୍ତର

    ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    14966
    Sep 30, 2026
  • ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ଫିଙ୍ଗିଲା
    ଅପରାଧ

    ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ଫିଙ୍ଗିଲା

    15259
    Sep 30, 2026
  • ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ କାମୁଡ଼ି କ୍ଷତାକ୍ତ କରୁଛି ମା’
    ଜିଲ୍ଲା ପରିକ୍ରମା

    ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ କାମୁଡ଼ି କ୍ଷତାକ୍ତ କରୁଛି ମା’

    14700
    Sep 30, 2026
  • ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କଟକଣା ଘୋଷଣା କଲେ ସରକାର
    ଦେଶ-ଦେଶାନ୍ତର

    ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କଟକଣା ଘୋଷଣା କଲେ ସରକାର

    14535
    Sep 29, 2026
  • କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ
    ଦେଶ-ଦେଶାନ୍ତର

    କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ

    14876
    Sep 30, 2026
  • ଟପ୍-୧୦ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଗୋଲ୍ଡି ବ୍ରାର ସାମିଲ
    ଅପରାଧ

    ଟପ୍-୧୦ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଗୋଲ୍ଡି ବ୍ରାର ସାମିଲ

    13586
    Sep 30, 2026
  • ରୋଗ ସହ ଯୁଝୁଛନ୍ତି ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି
    ଦେଶ-ଦେଶାନ୍ତର

    ରୋଗ ସହ ଯୁଝୁଛନ୍ତି ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି

    14374
    Sep 30, 2026
  • ଭାରତରେ  ‘Apple Pay’ ପ୍ରବେଶ
    ବାଣିଜ୍ୟ

    ଭାରତରେ ‘Apple Pay’ ପ୍ରବେଶ

    14523
    Sep 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କଟକଣା ଘୋଷଣା କଲେ ସରକାର

    14535
    Sep 29, 2026
  • ଦେଶ-ଦେଶାନ୍ତର

    ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ଆତଙ୍କୀ ହାଶିମ ମୂସା ନିହତ

    14925
    Sep 30, 2026
  • ଦେଶ-ଦେଶାନ୍ତର

    ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    14966
    Sep 30, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17138
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17827
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17793
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18208
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15074
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    13999
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15738
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15304
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14680
    Sep 18, 2026

ବାଣିଜ୍ୟ

ଭାରତରେ ‘Apple Pay’ ପ୍ରବେଶ

ପ୍ରାୟ ୧୨ ବର୍ଷର ଦୀର୍ଘ ଅପେକ୍ଷା ପରେ ଭାରତୀୟ ବଜାରରେ ‘ଆପଲ୍ ପେ’ ପ୍ରବେଶ କରିଛି । ଏହି ସେବା ଆସିବା ପରେ ଏବେ ଦେଶର ଆଇଫୋନ୍, ଆଇପ୍ୟାଡ୍ ଏବଂ ଆପଲ୍ ୱାଚ୍ ୟୁଜର୍ସମାନେ ଅତି ସହଜରେ ଡିଜିଟାଲ୍ ପେମେଣ୍ଟ କରିପାରିବେ । ବର୍ତ୍ତମାନ ପାଇଁ ଏହା କେବଳ ଏକ୍ସିସ୍ ବ୍ୟାଙ୍କର ଭିସା ଏବଂ ମାଷ୍ଟରକାର୍ଡ କ୍ରେଡିଟ୍ ...

  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14319
    Sep 28, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14337
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15952
    Sep 23, 2026
  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14434
    Sep 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୂରା ଗାଁ ବିକ୍ରି ପାଇଁ ଲାଗିଲା ପୋଷ୍ଟର, ଜାଣନ୍ତୁ କେଉଁଠି ?

    15644
    Sep 30, 2026
  • ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କଟକଣା ଘୋଷଣା କଲେ ସରକାର

    14535
    Sep 29, 2026
  • ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ଫିଙ୍ଗିଲା

    15259
    Sep 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In