Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 24, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ...

  • ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ...

  • ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ...

  • ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ...

  • ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ ...

  • ବେଟି ବଚାଓ କହୁଥିବା ଦଳର ...

  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ ...

  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ ...

  • ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

ରାଜନୀତି
Home ›› ରାଜନୀତି ››ଡେଙ୍ଗୁ ମହାମାରୀକୁ ହାଲୁକାରେ ନେବା ସରକାରଙ୍କୁ ମହଙ୍ଗା ପଡ଼ିବ : କଂଗ୍ରେସ

ଡେଙ୍ଗୁ ମହାମାରୀକୁ ହାଲୁକାରେ ନେବା ସରକାରଙ୍କୁ ମହଙ୍ଗା ପଡ଼ିବ : କଂଗ୍ରେସ

2021-07-29 16:49:40
14168
Share:
Facebook
Twitter
E-Mail
WhatsApp
Telegram
ଡେଙ୍ଗୁ ମହାମାରୀକୁ ହାଲୁକାରେ ନେବା ସରକାରଙ୍କୁ ମହଙ୍ଗା ପଡ଼ିବ : କଂଗ୍ରେସ

ଭୁବନେଶ୍ୱର - କରୋନା ମହାମାରୀ ପାଇଁ ସାରା ବିଶ୍ୱ ଏକ ଭୟଙ୍କର ସ୍ଥିତି ଦେଇ ଗତିକରୁଛି ।  କରୋନାର ଭୟଙ୍କର କରାଳ ରୂପ ଲୋକଙ୍କ ମନରୁ ଲିଭି ନଥିଲା ବେଳେ ବର୍ତମାନ ଦେଶରେ ଡେଙ୍ଗୁ ମହାମାରୀର ପ୍ରକୋପ ଦେଖା ଦେଲାଣି । ଆମେ ଆଗରୁ ଶୁଣିଥିଲେ ଦେଶର ବିଭିନ୍ନ ସ୍ଥାନରୁ ଯଥା ଦିଲ୍ଲୀ, ସୁରଟ  ସମେତ ଦେଶର ଅନ୍ୟାନ୍ୟ ବଡ଼ ସହରରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲେ । କିନ୍ତୁ ଏବେ ଆମ ରାଜ୍ୟ ଓଡ଼ିଶାରେ ବି ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଏକ ନିର୍ଦ୍ଦିଷ୍ଟ ଜାତି ମଶା ଦ୍ୱାରା ଏହି ଡେଙ୍ଗୁ ରୋଗ ବ୍ୟାପୁଛି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇ ରାଜ୍ୟରେ ଗୁରତର ଆକାରରେ ଧାରଣ କଲାଣି । କରୋନା ସାଂଗକୁ ଡେଙ୍ଗୁରୋଗ ଲୋକଙ୍କୁ ଭୟଭିତ କରୁଛି । ଆଜି ସୁଦ୍ଧା ରାଜ୍ୟରେ ସରକାରୀ ହିସାବରେ ୪୫୩ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ପ୍ରତିଦିନ ୩୦ ରୁ ଅଧିକ ଲୋକ ଡେଙ୍ଗୁରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ସରକାରୀ ହିସାବରୁ ଜଣାଯାଏ ।  କିନ୍ତୁ ପ୍ରକୃତରେ ହଜାର ହଜାର ସଂଖ୍ୟାରେ ଡେଙ୍ଗୁ ରୋଗୀ ସଂକ୍ରମିତ ହେଉଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ ଓ ଅନ୍ୟତମ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଅଭିଯୋଗ କରି କହିଛନ୍ତି । ଡ.  ପଟ୍ଟନାୟକ  କହିଛନ୍ତି ଆଗରୁ ଓଡ଼ିଶାରେ ଡେଙ୍ଗୁ କେବେ ଦେଖାଦେଇ ନଥିଲା ।  ବିଗତ ୩-୪ ବର୍ଷ ଧରି ଆମ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା ସହିତ ବହୁ ଲୋକ ମୃତ୍ୟୁବରଣ କରୁଛନ୍ତି । ପୌରାଂଚଳର ଅଧିବାସୀ ମାନଙ୍କ ଠାରୁ ଟିକସ ଆଦାୟ କରୁଥିବା ମହାନଗର ନିଗମ ସମେତ ରାଜ୍ୟର ପୌର କର୍ତୃପକ୍ଷମାନେ ଡେଙ୍ଗୁ ରୋଗ ନିୟନ୍ତ୍ରଣ କରିବାରେ ସଂପୂଣ୍ଣ ବିଫଳ ବୋଲି କଂଗ୍ରେସ ଅଭିଯୋଗ କରିଛି । ସାଧାରଣ ଜନତାଙ୍କ ଜୀବନର ମୂଲ୍ୟ ଅପେକ୍ଷା ରାଜ୍ୟସରକାରଙ୍କ ପଦାଧିକାରୀ ଓ ନେତାମାନେ ପ୍ରିୟାପ୍ରୀତି ପୋଷଣ ଓ ଅର୍ଥ ତୋଷରପାତରେ ବ୍ୟସ୍ତ ରହୁଛନ୍ତି । ସେହିପରି ନଗର ଉନ୍ନୟନ ମନ୍ତ୍ରୀ ଏକ ହତ୍ୟାମାମଲାରୁ ନିଜ ନାମକୁ କାଟିବାକୁ ଉଦ୍ୟମ କରୁଥିବା ବେଳେ ଡେଙ୍ଗୁ ମୁକାବିଲା କିଭଳି ହେବ ତାହାକୁ ନେଇ ଚିନ୍ତା କରୁନାହାନ୍ତି କି ତାଙ୍କ ବିଭାଗ କୌଣସି ଆବଶ୍ୟକ ପଦକ୍ଷେପ ନେଉଁ ନାହାନ୍ତି । ପୌରାଂଚଳରେ ହୋଲଡିଂ ଟ୍ୟାକ୍ସ ନେଉଛନ୍ତି କିନ୍ତୁ ସେବା ଯୋଗାଇ ଦେଉନାହାନ୍ତି କାହିଁକି ବୋଲି ନଗର ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଡ. ପଟ୍ଟନାୟକ । ପୌରାଂଚଳ ଓ ସହରାଂଚଳରେ ô ଦୁଇବର୍ଷରୁ ଅଧିକ ସମୟ ଧରି ଜନପ୍ରତିନିଧି ନଥିବାରୁ ରାଜ୍ୟରେ ଏଭଳି ଅବସ୍ଥା ଦେଖାଦେଇଛି ।  କେବଳ ଲୋକମାନଙ୍କ ପାଖରୁ ଫାଇନ ଆଦାୟ କରାଯାଉଛି କିନ୍ତୁ ଡେଙ୍ଗୁ ରୋଗୀଙ୍କ ଜୀବନ ରକ୍ଷାପାଇଁ ସରକାର କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ନଗରବାସୀଙ୍କ ପାଇଁ କେତେକ ପରାମର୍ଶମାନ (ଏୟାର କୁଲରେ ଥିବା ପାଣି, ପୂଜାଘରେ ଥିବା ଜଳପାତ୍ର, ଘରେ ମହଜୁତ ଥିବା ଜଳପାତ୍ର ଆଦିର ଜଳକୁ ନିୟମିତ ଭାବେ ପରିବର୍ତନ ଓ ସଫା କରିବା) ଦେଇ ସରକାର ହାତ ଟେକି ଦେଇଛନ୍ତି । କେବଳ ମିଥ୍ୟା ପ୍ରଚାର, ମିଥ୍ୟା ପ୍ରତିଶୃତି ଦେଇ ଜନସାଧାରଣଙ୍କୁ ପ୍ରତାରଣା କରିଚାଲିଛନ୍ତି ବୋଲି ସେ କହିଛନ୍ତି । ବିଶେଷକରି ଭୁବନେଶ୍ୱର ଓ କଟକ ସହରରେ ଏହା କାୟା ବିସ୍ତାର କରିଚାଲିଛି । ୧୦୭ରୁ ଅଧିକ ଡେଙ୍ଗୁ ରୋଗରେ ସଂକ୍ରମିତ ହୋଇଛନ୍ତି । ଭୁବନେଶ୍ୱର ଏବଂ କଟକର ଅଧିକାଂଶ ଅଂଚଳରେ ଡେଙ୍ଗୁରୋଗର ପାଦୃଭାବ ବଢ଼ୁଛି । ନଗର ଉନ୍ନୟନ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡେଙ୍ଗୁ ବ୍ୟାପିବା ସ୍ୱୀକାରକରି ଗଣମାଧ୍ୟମରେ ବିବୃତି ରଖିସାରିଛନ୍ତି । ଦୈତନଗରୀ ଭୁବନେଶ୍ୱର କଟକରେ ସରକାରୀ ହିସାବରେ ଡେଙ୍ଗୁରେ କେହି ମୃତ କରିନଥିଲେ ବି ଯେଉଁ ପରିମାଣରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ତାହା ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ସେଥିପାଇଁ ସରକାର ଦାୟି ରହିବେ ବୋଲି ମୁଖପାତ୍ର ଶ୍ରୀ ଦାଶ ସରକାରଙ୍କୁ ଚେତେଇ ଦେଇଛନ୍ତି । ଭୁବନେଶ୍ୱର ସ୍ମାର୍ଟ ସିଟି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ, ଏଠି ନାଳନର୍ଦ୍ଦମା ସଫା ନହେବା, ମଶାତେଲ ନପଡ଼ିବା, ମଶାଧୂଆଁ ଗାଡ଼ି ନବୁଲିବା ଦ୍ୱାରା ଡେଙ୍ଗୁ ବ୍ୟାପୁଛି ବୋଲି ଶ୍ରୀ ଦାଶ କହିଛନ୍ତି । ସରକାରଙ୍କ ଏଭଳି ଆଭିମୁଖ୍ୟ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦାଶ କହିଥିଲେ । ଏହି ଅବସରରେ ସରକାରଙ୍କୁ କେତେଗୁଡ଼ିଏ ପ୍ରଶ୍ନ କରାଯାଇଛି କଂଗ୍ରେସ ଦଳ ତରଫରୁ ।

ଚା    ଟିଫୋ ମେସିନ କେତୋଟି ଆସିଥିଲା, ଏବେ କେଉଁ ଅବସ୍ଥାରେ ଅଛି ଏବଂ ବର୍ତମାନ କେତୋଟି କାର୍ଯ୍ୟକ୍ଷମ କରୁଛି? 

ଚା    ଏହି ଟିଫୋ ମେସିନ କେଉଁ ସ୍ଥାନରେ କେବେ ବୁଲିଛି ଏବଂ କେତେଥର ବୁଲିଛି? 

ଚା    କେବଳ ଟିକସ ଓ ଫାଇନ ଆଦାୟ କରିବା କ’ଣ ବିଏମସି ଓ ସିଏମସିର କାମ କି? 

ଚା    ସ୍ମାର୍ଟସିଟି ପ୍ରଚାର କେବଳ ବିଜ୍ଞାପନରେ ସିମିତ କି? 

ଚା    ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶାମରା ତେଲ କେତେ ପରିମାଣରେ କିଣାଯାଇଛି ଏବଂ କେଉଁ ସ୍ଥାନରେ କେତେଥର ବ୍ୟବହାର ହୋଇଛି । 

ତେଣୁ ଡେଙ୍ଗୁ ରୋଗ ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ହସପିଟାଲରେ ଡେଙ୍ଗୁରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲିବା ସହିତ ମହାନଗରର ପ୍ରତ୍ୟେକ ୱାର୍ଡରେ ନାଳନର୍ଦ୍ଦମା ସଫା କରିବା ଏବଂ ଆବଶ୍ୟକତା ଅନୁଯାୟୀ ମଶାଧୂଆଁ ଏବଂ ମଶାତେଲ ପକାଇବା ସହ ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବାପାଇଁ ଅଧିକ ମାତ୍ରାରେ ପ୍ରଚାର ଓ ପ୍ରସାର କରିବା ସହିତ ଆବଶ୍ୟକ ପଦକ୍ଷେପ ନେବାପାଇଁ ସରକାରଙ୍କ ପାଖରେ ଦାବି ଜଣାଇଛି କଂଗ୍ରେସ । ଏହି ଅବସରରେ ଦୈତନଗରୀ କଟକ ଭୁବନେଶ୍ୱର ମହାନଗରର କମିଶନରଙ୍କୁ ଏକ ଦାବି ପତ୍ର ଦିଆଯିବା ସଂଗେ ସଂଗେ ବିଭିନ୍ନ ୱାର୍ଡ ବୁଲି କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଜନସଚେତନ କରିବା ସହିତ ଅଳିଆ ଆବର୍ଜନା କିପରି ସଫା ହୋଇପାରିବ ତାହା ପ୍ରତି ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ଦାଶ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀକୁ ପରିଚାଳନା କରିଥିଲେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ।

Powered by Froala Editor

Tags Inc congress, Congress , Dengue

Related articles Odisha News Lens 4.1

  • ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ଜାହାଜ
    ଦେଶ-ଦେଶାନ୍ତର

    ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ଜାହାଜ

    13741
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?
    ବିଶେଷ

    ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13959
    Jun 24, 2025
  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...
    ଦେଶ-ଦେଶାନ୍ତର

    ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...

    14153
    Jun 24, 2025
  • ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ‘ପାଣିରେ ହଳଦୀ’ ଟ୍ରେଣ୍ଡ
    ଦେଶ-ଦେଶାନ୍ତର

    ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ‘ପାଣିରେ ହଳଦୀ’ ଟ୍ରେଣ୍ଡ

    14214
    Jun 24, 2025
  • ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ
    ଦେଶ-ଦେଶାନ୍ତର

    ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

    13582
    Jun 24, 2025
  • ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ
    ଦେଶ-ଦେଶାନ୍ତର

    ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ

    14038
    Jun 24, 2025
  • ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ
    ରାଜନୀତି

    ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

    15293
    Jun 24, 2025
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ
    ବିଶେଷ

    ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14938
    Jun 24, 2025
  • ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ପ୍ରେମିକ ନାଁରେ ମେଲ୍ ଆଇଡି ଖୋଲି ବୋମା ଧମକ ଦେଲେ ...
    ଦେଶ-ଦେଶାନ୍ତର

    ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ପ୍ରେମିକ ନାଁରେ ମେଲ୍ ଆଇଡି ଖୋଲି ବୋମା ଧମକ ଦେଲେ ...

    14289
    Jun 24, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ବେଟି ବଚାଓ କହୁଥିବା ଦଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ; ସାକ୍ଷାତ କଲେନାହିଁ

    13647
    Jun 24, 2025
  • ଦେଶ-ଦେଶାନ୍ତର

    ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ପ୍ରେମିକ ନାଁରେ ମେଲ୍ ଆଇଡି ଖୋଲି ବୋମା ଧମକ ଦେଲେ ଯୁବତୀ

    14289
    Jun 24, 2025
  • ଦେଶ-ଦେଶାନ୍ତର

    ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ‘ପାଣିରେ ହଳଦୀ’ ଟ୍ରେଣ୍ଡ

    14214
    Jun 24, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16707
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17014
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15508
    Apr 03, 2021

ବିଶେଷ

  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14938
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13959
    Jun 24, 2025
  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15856
    Jun 23, 2025
  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

    15181
    Jun 23, 2025
  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    16026
    Jun 22, 2025

ବାଣିଜ୍ୟ

ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

ଭୁବନେଶ୍ୱର : ଓଡିଶାରେ ପାରମ୍ପରିକତା କେବଳ ସଂରକ୍ଷିତ ହୋଇନଥାଏ, ସେହିଟି ଲୋକଙ୍କ ଦୈନନ୍ଦିନ ଜୀବନ, ପାର୍ବଣ, ଓ ଅଭିବ୍ୟକ୍ତିର ଅଂଶ ଅଟୁଟ ଭାବରେ ରହିଛି। ଘୁମୁରା ନୃତ୍ୟର ଗାମ୍ଭୀର୍ୟପୂର୍ଣ୍ଣ ପଦକ୍ଷେପରୁ ଆରମ୍ଭ କରି ...

  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    14999
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14821
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14823
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13794
    Jun 17, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ‘ପାଣିରେ ହଳଦୀ’ ଟ୍ରେଣ୍ଡ

    14214
    Jun 24, 2025
  • ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

    15293
    Jun 24, 2025
  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ଶୁକ୍ଳା

    14153
    Jun 24, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In