Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, August 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହା କଲେ ହେବ ନାହିଁ ଗ୍ୟାସ୍

  • ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ...

  • UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ...

  • ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ

  • ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ...

  • ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ...

  • କଂଗ୍ରେସ ନେତା ଅନିସୁର ଓ ତାଙ୍କ ପୁଅଙ୍କୁ ...

  • ଶାହରୁଖ, ଅଜୟ ଓ ଟାଇଗରଙ୍କୁ କାରଣ ଦର୍ଶାଅ ...

  • ଟିଏମସି ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ...

  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ...

ରାଜନୀତି
Home ›› ରାଜନୀତି ››ଏକାସାଙ୍ଗରେ ପୌର ଓ ପଂଚାୟତ ନିର୍ବାଚନ ଦାବି କରି , ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

ଏକାସାଙ୍ଗରେ ପୌର ଓ ପଂଚାୟତ ନିର୍ବାଚନ ଦାବି କରି , ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

2021-07-28 11:34:54
13889
Share:
Facebook
Twitter
E-Mail
WhatsApp
Telegram
ଏକାସାଙ୍ଗରେ ପୌର ଓ ପଂଚାୟତ ନିର୍ବାଚନ ଦାବି କରି , ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

ଭୁବନେଶ୍ୱର - ସମ୍ବିଧାନର ଧାରା ୨୪୩ (ୟୁ) ଏବଂ ୨୪୩ (ଇ) ଅନୁଯାୟୀ ନିର୍ବାଚନ ଆୟୋଗ ସଠିକ୍ ସମୟରେ ନିର୍ବାଚନ କରିବା ବାଧ୍ୟତାମୂଳକ । କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟରେ ଗତ ୨୦୧୮ ସେପ୍ଟେମ୍ବର ମାସରୁ ପ୍ରାୟ ୩ ବର୍ଷ ପରେ ମଧ୍ୟ ପୌର ନିର୍ବାଚନ ହୋଇପାରି ନାହିଁ । ୭୪ତମ ସମ୍ବିଧାନ ସଂଶୋଧନ ଆଧାରରେ କ୍ଷମତାର୍ପିତ ଜନତା ଓ ଉତରଦାୟୀ ତୃଣମୂଳ ସରକାରର ଭୂମିକାକୁ ସଙ୍କୁଚିତ କରାଯାଇ ସାମୁହିକ ଶାସନ ଓ ସାମୁହିକ ବିକାଶ ପ୍ରକ୍ରିୟାକୁ ବ୍ୟର୍ଥ କରିବାରେ ଉଭୟ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗଙ୍କର ମଧୁଚନ୍ଦ୍ରିକା ଜାରି ଅଛି । ପରାଜୟ ଆଶଙ୍କାରେ ଆତଙ୍କିତ ସରକାର ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ହାତବାରେସୀ କରି ଜନ ସାଧାରଣଙ୍କୁ ଅର୍ପିତ କ୍ଷମତାର ଦୁରୁପଯୋଗ କରିବା ସହ ରାଜ୍ୟରେ ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥା ଜାରି ରଖିଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାବେଳେ ଏବଂ ରାଜ୍ୟ ସରକାରଙ୍କର ଅଭ୍ୟାସଗତ ଅସହଯୋଗକୁ ପ୍ରତିହତ କରିବା ପାଇଁ କିଶାନ ସିଂ ତୋମାର ମାମଲା (ସୁପ୍ରା) ୨୦୦୬ ଅନୁଯାୟୀ ନିର୍ବାଚନ ଆୟୋଗ କୋର୍ଟଙ୍କ ଦ୍ୱାରସ୍ଥ ନହୋଇ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି ଏବଂ ସ୍ୱାୟତ ଶାସନ ଅଣାୟତ ହେବା ସଙ୍ଗେ ସଙ୍ଗେ ସଂପୂର୍ଣ୍ଣ ଅମଲାତନ୍ତ୍ରିକ ଶାସନରେ ପରିଣତ ହୋଇଛି । ଏଣୁ ରାଜ୍ୟ ନିର୍ବାଚନ ଆୟୋଗ କୌଣସି ବାହାନା ନଦେଖାଇ ଏକ ସମୟରେ ପୌର ଓ ପଂଚାୟତ ନିର୍ବାଚନ କରିବା ନିମନ୍ତେ ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଦୃଢ ଦାବି ଜଣାଇଛନ୍ତି ।


କୁମ୍ଭକର୍ଣ୍ଣ ନିଦ ଶୋଇଥିବା ଗଣତନ୍ତ୍ର ହତ୍ୟାକାରୀ ଓଡିଶା ସରକାର ଦୀର୍ଘ ୩ ବର୍ଷ ଧରି ରାଜ୍ୟରେ ବିଜ୍ଞପିତ ଅଂଚଳ ପରିଷଦ ଓ ପୌରାଚଂଳ ମାନଙ୍କରେ ନିର୍ବାଚିତ ଜନ ପ୍ରତିନିଧି ଶାସନ ବ୍ୟବସ୍ଥା ତଥା ତୃଣମୂଳ ସରକାର ପ୍ରତିଷ୍ଠା କରିବାରେ ବ୍ୟର୍ଥ ହୋଇଛନ୍ତି । ଏହା ଦ୍ୱାରା ଓଡିଶାର ସହରାଚଂଳରେ ବସବାସ କରୁଥିବା ଜନସାଧାରଣ ଉପଯୁକ୍ତ ପ୍ରଶାସନିକ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ତୃଣମୂଳ ସରକାରକୁ ସୁଦୃଢ ଓ ଶକ୍ତିଶାଳୀ କରିବା ପାଇଁ ସାମ୍ବିଧାନିକ ବିଧି ଆଧାରରେ କେନ୍ଦ୍ର ସରକାର ବାସଗୃହ, ପାନୀୟ ଜଳ, ସ୍ୱେରେଜ, ଆଲୋକ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟସେବା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ଅନୁଦାନ ଜାରି ରଖିଥିବା ସତ୍ୱେ ଅସାଧୁ ଅଧିକାରୀ ମାନଙ୍କ ଅବାଂଛିତ ନିୟନ୍ତ୍ରଣ ତଥା ଅତ୍ୟାଧିକ ଅମଲାତନ୍ତ୍ରିକ ହସ୍ତକ୍ଷେପ ଯୋଗୁଁ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ହୋଇପାରୁନାହିଁ । ରାଜ୍ୟ ସରକାରଙ୍କ ମାତ୍ରାଧିକ ଅମଲାତନ୍ତ୍ରିକ ନିୟନ୍ତ୍ରଣ ଗଣତନ୍ତ୍ରିକ ବିଧିବ୍ୟବସ୍ଥା ପ୍ରତି ଚରମ ଉପହାସ କହିଲେ ଅତୁକ୍ତି ହେବ ନାହିଁ । ରାଜ୍ୟ ନିର୍ବାଚନ ଆୟୋଗ ଭଳି ଏକ ସାମ୍ବିଧାନିକ ସଂସ୍ଥା ତାର ଦାୟୀତ୍ୱ ନିର୍ବାହ କରିବା ପରିବର୍ତେ ରାଜ୍ୟ ସରକାରଙ୍କ ସଲାସୁତୁରାରେ ସାମ୍ବିଧାନିକ ବିଧିବ୍ୟବସ୍ଥା ଉଲ୍ଲଘଂନ କରିବା ଘୋର ଲଜ୍ଜା ଓ ପରିତାପର ବିଷୟ । ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ଅଭ୍ୟାସଗତ ଅବହେଳା ଓ ଅନିଚ୍ଛା ବିରୁଦ୍ଧରେ ରାଜ୍ୟ ନିର୍ବାଚନ ଆୟୋଗ ଆସନ୍ତା ୧ ସପ୍ତାହ ମଧ୍ୟରେ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ନହେଲେ ବିଧି ଆଧାରରେ ଓଡିଶାର ଦାୟୀତ୍ୱ ସଂପନ୍ନ ବିରୋଧୀଦଳ ଭାରତୀୟ ଜନତା ପାର୍ଟି ଆଇନର ସାହାଯ୍ୟ ନେବା ସହ ସାମ୍ବିଧାନିକ ବିଧି ଆଧାରରେ ମହାଅଭିଯୋଗ ପାଇଁ ସଂସଦରେ ପ୍ରସ୍ତାବ ଆଣିବ ବୋଲି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଅଧିବକ୍ତା ପୀତାମ୍ବର ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି ।


ଲୋକସଭା ଓ ବିଧାନସଭା ଭଳି ପୌର ଓ ପଂଚାୟତ ନିର୍ବାଚନ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଫଳଶ୍ରୃତି ଏବଂ ରାଜ୍ୟ ନିର୍ବାଚନ ଆୟୋଗ ସଂପୃକ୍ତ ବିଧି ବ୍ୟବସ୍ଥାକୁ ପ୍ରତିପାଳନ କରିବାକୁ ବାଧ୍ୟ । କିନ୍ତୁ ରାଜ୍ୟ ନିର୍ବାଚନ ଆୟୋଗ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଘଂନ କରି ରାଜ୍ୟ ସରକାରଙ୍କ ଇଙ୍ଗିତରେ କାର୍ଯ୍ୟ କରୁଥିବାରୁ ଭାରତୀୟ ଜନତା ପାର୍ଟିର ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସହ ସାକ୍ଷାତ ଆଲୋଚନା କରିବା ସହିତ ଜନଅସନ୍ତୋଷକୁ ଉପସ୍ଥାପନ କରିଥିଲେ ଏବଂ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସର୍ତକ ଓ ସଚେତନ କରାଇଥିଲେ ।


ରାଜ୍ୟ ନିର୍ବାଚନ ଆୟୋଗ ଭଳି ସାମ୍ବିଧାନିକ ସଂସ୍ଥା ସଖି କଣ୍ଢେଇ ନସାଜି ସମସ୍ତ ମର୍ଯ୍ୟାଦାର ସହ ସାମ୍ବିଧାନିକ ଦାୟୀତ୍ୱ ନିର୍ବାହ କରକରିବା ସହିତ ରାଜ୍ୟରେ ପୌର ନିର୍ବାଚନ କରିବା ପାଇଁ ତୁରନ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି । ଏହି ପ୍ରତିନିଧୀ ଦଳରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ବିଧାୟକ ପ୍ରକାଶ ସୋରେନ୍‌, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ, ଜଗନ୍ନାଥ ପ୍ରଧାନ, ପଂଚାୟତରାଜ ରାଜ୍ୟ ସଂଯୋଜକ ଶଙ୍କର ପରିଡା, ଉର୍ମିଳା ମହାପାତ୍ର, ଲତିକା ପ୍ରଧାନ, ପ୍ରଶାନ୍ତ ଆଦିତ୍ୟ ପ୍ରମୁଖ ଉପସ୍ଥିତ ଥିଲେ । 

Powered by Froala Editor

Tags bjp odisha , election commission , panchayat election

Related articles Odisha News Lens 4.1

  • ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ସମ୍ପତ୍ତି ପାଇଲେ ୧୮ ବର୍ଷୀୟ ଶ୍ରମିକ
    ଦେଶ-ଦେଶାନ୍ତର

    ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ସମ୍ପତ୍ତି ପାଇଲେ ୧୮ ବର୍ଷୀୟ ଶ୍ରମିକ

    14306
    Aug 17, 2026
  • ଶାହରୁଖ, ଅଜୟ ଓ ଟାଇଗରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି
    ମନୋରଞ୍ଜନ

    ଶାହରୁଖ, ଅଜୟ ଓ ଟାଇଗରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

    15054
    Aug 16, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍
    ବିଶେଷ

    ଏହା କଲେ ହେବ ନାହିଁ ଗ୍ୟାସ୍

    15509
    Aug 17, 2026
  • UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ପୁନଃ ପରୀକ୍ଷା କରିବା NTA
    ଦେଶ-ଦେଶାନ୍ତର

    UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ପୁନଃ ପରୀକ୍ଷା କରିବା NTA

    15013
    Aug 17, 2026
  • ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ଭୂମିକମ୍ପ ଅନୁଭୂତ
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ଭୂମିକମ୍ପ ଅନୁଭୂତ

    15053
    Aug 16, 2026
  • କଂଗ୍ରେସ ନେତା ଅନିସୁର ଓ ତାଙ୍କ ପୁଅଙ୍କୁ ହତ୍ୟା
    ଅପରାଧ

    କଂଗ୍ରେସ ନେତା ଅନିସୁର ଓ ତାଙ୍କ ପୁଅଙ୍କୁ ହତ୍ୟା

    14767
    Aug 16, 2026
  • ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ
    ଦେଶ-ଦେଶାନ୍ତର

    ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ

    15007
    Aug 16, 2026
  • ଟିଏମସି ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଟିଏମସି ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ମୃତ୍ୟୁ

    14427
    Aug 16, 2026
  • ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ
    ଦେଶ-ଦେଶାନ୍ତର

    ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ

    14258
    Aug 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟିଏମସି ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ମୃତ୍ୟୁ

    14427
    Aug 16, 2026
  • ଅପରାଧ

    କଂଗ୍ରେସ ନେତା ଅନିସୁର ଓ ତାଙ୍କ ପୁଅଙ୍କୁ ହତ୍ୟା

    14767
    Aug 16, 2026
  • ଦେଶ-ଦେଶାନ୍ତର

    ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ

    15007
    Aug 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17033
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17654
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17703
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18100
    Sep 06, 2023

ବିଶେଷ

  • ଏହା କଲେ ହେବ ନାହିଁ ଗ୍ୟାସ୍

    15509
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13603
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14832
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14606
    Aug 10, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14443
    Aug 07, 2026

ବାଣିଜ୍ୟ

ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

ପୁରୀ ରଥ ଯାତ୍ରାରେ ଏହାର ‘ଆୟୋଡିନ କା ତିଲକ୍‌’ ପ୍ରୟାସ ପରେ ଏହି ବ୍ରାଣ୍ଡ୍‌ ପିଲାମାନଙ୍କ ନିମନ୍ତେ ଆୟୋଡିନ ପୋଷଣ ଯୋଗାଇବାକୁ ଚିଲ୍‌ଡ୍ରେନ୍ସ ଫାଉଣ୍ଡେସନଗୁଡିକ ସହିତ ସହଭାଗୀତା କରି ...

  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14243
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14371
    Aug 09, 2026
  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15268
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14641
    Aug 07, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଟିଏମସି ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ମୃତ୍ୟୁ

    14427
    Aug 16, 2026
  • ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ସମ୍ପତ୍ତି ପାଇଲେ ୧୮ ବର୍ଷୀୟ ଶ୍ରମିକ

    14306
    Aug 17, 2026
  • ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ

    15007
    Aug 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In