ସ୍ଥାନାନ୍ତର ହେବନାହିଁ ମାଷ୍ଟରକ୍ୟାଂଟିନ ଘୋଡା
ଭୁବନେଶ୍ୱର : ମାଷ୍ଟର କ୍ୟାଂଟିନରୁ ସ୍ଥାନାନ୍ତର ହେବନାହିଁ ଘୋଡ଼ା । ବହୁ ବାଦ ବିବାଦ ପରେ ନିଷ୍ପତି ବଦଳାଇବାକୁ ବାଧ୍ୟ ହୋଇଛି ବିଏମସି । ଘୋଡ଼ା ସ୍ଥାନାନ୍ତର ହେବନାହିଁ ବୋଲି ବିଏମସି କମିଶନର ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟଯେ, ମାଷ୍ଟରକ୍ୟାଂଟିନରେ ଥିବା ଘୋଡ଼ାକୁ ରାଜଭବନ ସାମ୍ନାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତି ନିକଟକୁ ନେବା ପାଇଁ ସରକାର ନିଷ୍ପତି ନେଇଥିଲେ । ସଂସ୍କୃତି ନିଦେ୍ର୍ଧଶକଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଥିଲା । ଘୋଡ଼ା ସ୍ଥାନାନ୍ତର ପାଇଁ ବିଡ଼ିଏକୁ ଦାୟିତ୍ୱ ଦିଆଯାଇଥିଲା । ତେବେ କଂଗ୍ରେସ ଓ ବିଜେପି ସମେତ କେତେକ ବୁଦ୍ଧିଜୀବୀ ଏଭଳି ନିଷ୍ପତିକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେବା ପରେ ଶେଷରେ ବିଏମସି ଏହା ସ୍ଥାନାନ୍ତର ନକରିବାକୁ ନିଷ୍ପତି ନେଇଛି ।
Powered by Froala Editor