ରାଜଧାନୀରେ ଡେଙ୍ଗୁ ନେଲା ଜଣଙ୍କ ଜୀବନ
ଭୁବନେଶ୍ୱର : ଧିରେଧିରେ ଡେଙ୍ଗୁ କାୟା ବିସ୍ତାର ଆରମ୍ଭ କରିଛି । ଚଳିତ ବର୍ଷ ରାଜଧାନୀରେ ଡେଙ୍ଗୁରେ ଜଣଙ୍କ ଜୀବନ ଯାଇଛି । ସପ୍ତାହେରୁ ଅଧିକ ଦିନ ଧରି ଅସୁସ୍ଥ ରହିବା ପରେ ଶୈଳଶ୍ରୀବିହାର ଅଂଚଳର ଜଣେ ଯୁବତୀ ସୋମବାର କିମସ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ତେବେ ଡେଙ୍ଗୁ ମୃତୁ୍ୟ ନେଇ ବିଏମସି କିମ୍ବା ମେଡିକାଲ କର୍ତୃପକ୍ଷ କିଛି କହିବାକୁ ମନା କରିଦେଇଛନ୍ତି । ଅନ୍ୟପକ୍ଷରେ ଯୁବତୀଙ୍କ ମୃତୁ୍ୟ ଖବର ପ୍ରସାରିତ ହେବା ପରେ ଶୈଳଶ୍ରୀବିହାର ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତିନି ସପ୍ତାହରୁ ଅଧିକ ଦିନ ହେଲା ଡେଙ୍ଗୁ ବ୍ୟାପୁଥିବାବେଳେ ପ୍ରଶାସନର ନୀରବଦ୍ରଷ୍ଟାକୁ ନେଇ ପ୍ରଶ୍ନ ଉଠିଛି । ଏଭଳି ସମୟରେ ଜଣଙ୍କର ମୃତୁ୍ୟ ହେବା ରାଜଧାନୀବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ସୂଚନା ଅନୁଯାୟୀ ଶୈଳଶ୍ରୀ ବିହାର ଅଂଚଳର ଏହି ଯୁବତୀ ଜଣକ ସପ୍ତାହକ ତଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ପ୍ରବଳ ଜ୍ୱର ସହ ଥଣ୍ଡା ଲାଗି ରହିଥିଲା ।
Powered by Froala Editor