ଭୟଙ୍କର ଅଗ୍ନିକାଣ୍ତ, ୧୦ରୁ ଉର୍ଦ୍ଧ୍ବ ଦୋକାନ କ୍ଷତିଗ୍ରସ୍ତ
ଭୁବନେଶ୍ଵର:ଭୁବନେଶ୍ଵର ସିଆରପିଏଫ ଛକ ପ୍ରିୟଦର୍ଶିନୀ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ତ। ଏହି ଭୟଙ୍କର ଅଗ୍ନିକାଣ୍ତଟି ସର୍ଟସର୍କିଟରୁ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁ ଲିଭା ଜାରି ରଖିଛି। ନିଆଁଲିଭା କାର୍ଯ୍ୟରେ ୪ଟି ଅଗ୍ନିଶମବାହିନୀ ନିୟୋଜିତ ହୋଇଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମବାହିନୀ ପକ୍ଷରୁ ବଡ ବଡ ପାଣିଟ୍ୟାଙ୍କରୁ ପାଣି ମାଡ କରାଯାଇଛି। ନିଆଁରେ ଦୋକାନ ବଜାର ଛାରାଖାର ହୋଇପଡିଛି। ମାର୍କେଟର ପ୍ରଥମ ମହଲାର ୧୦ରୁ ଉର୍ଦ୍ଧ୍ବ ଦୋକାନ କ୍ଷତିଗ୍ରସ୍ତ ହୋଇଛି।
Powered by Froala Editor