୪ରେ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି

ପୁରୀ : ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ଆଲୋଚନା ନିମନ୍ତେ ଅଗଷ୍ଟ ୪ତାରିଖରେ ବସିବ ସମନ୍ବୟ କମିଟି ବୈଠକ। ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ସେଥିରେ ଅଧ୍ୟକ୍ଷତା କରିବେ। ଜିଲାପାଳ, ଆରକ୍ଷୀ ଅଧିକାରୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ବିଭିନ୍ନ ସେବାୟତ ନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଆଭାସି ମାଧ୍ୟମରେ ବୈଠକ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାରଙ୍କ କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରରେ ଅଣସେବାୟତଙ୍କ ପ୍ରବେଶ ବନ୍ଦ ରହିଛି। କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବାକୁ କେତେକ ସଂଗଠନ ଦାବି କରିଛନ୍ତି। ତେଣୁ ଏ ସମ୍ପର୍କରେ ଆଗାମୀ ୪ତାରିଖ ଦିନ ବୈଠକ ବସି ଆବଶ୍ୟକୀୟ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମନ୍ଦିର ପ୍ରଶାସନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
Powered by Froala Editor