ଡାଲମା ହାଣ୍ଡିରୁ ବାହାରିଲା ସାପ, ବିଷାକ୍ତ ଖାଦ୍ୟ ଖାଇ ୪୦ ଅସୁସ୍ଥ
ପଟ୍ଟାମୁଣ୍ଡାଇ : ଡାଲମା ହାଣ୍ଡିରୁ ବାହାରିଲା ସାପ। ବିଷାକ୍ତ ଖାଦ୍ୟ ଖାଇ ୪୦ ଅସୁସ୍ଥ । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ନମ୍ବର ୱାର୍ଡରେ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ୱାର୍ଡରେ ଭାଗବତ ସପ୍ତାହ ଅଵସରରେ ପ୍ରସାଦ ରନ୍ଧା ଯାଇଥିଲା । ୪୦୦ ଲୋକଙ୍କ ପ୍ରସାଦ ସେବନ ପାଇଁ ଖାଦ୍ୟ ରନ୍ଧା ହୋଇଥିଲା । ପ୍ରସାଦ ସେବନ ସମୟରେ ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଥିବା ଦେଖି ଲୋକେ ଭୟଭୀତ ହୋଇପଡିଥିଲେ। ବିଷାକ୍ତ ଡାଲମା ଖାଇ ପ୍ରାୟ ୪୦ ଲୋକ ଅସୁସ୍ଥ ହୋଇପଡିଥିଲେ।
Powered by Froala Editor