ଆପାର୍ଟମେଣ୍ଟରୁ ଉଦ୍ଧାର ହେଲା ଅଭିଯୁକ୍ତର ଝୁଲନ୍ତା ମୃତଦେହ
ପିପିଲି : ପିପିଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ମାଟିଆପଡା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଏକ ଆପାର୍ଟମେଣ୍ଟ ଘର ମଧ୍ୟରୁ ଜଣେ ଅଭିଯୁକ୍ତର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ସୁଧାଂଶୁ ଭୂଷଣ ବେହେରା ବୋଲି ଜଣାପଡିଛି। ତାଙ୍କ ଘର କଟକ ଜିଲାରେ ହୋଇଥିବାବେଳେ ସେ ପିପିଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ମାଟିଆପଡାଠାରେ ଉକ୍ତ ଆପାର୍ଟମେଣ୍ଟରେ ଭଡାରେ ରହୁଥିବା ସୂଚନା ମିଳିଛି। ତାଙ୍କ ନାଁରେ ବିଭିନ୍ନ ଥାନାରେ ୬ଟି ମାମଲା ଥିବା ଜଣାପଡିଛି।
ଭୁବନେଶ୍ୱର ମହିଳା ଥାନାରେ ହୋଇଥିବା ଏକ ମାମଲାରେ ତାକୁ ଧରିବା ପାଇଁ ମହିଳା ଥାନା ପୁଲିସ ଓ ପିପିଲି ପୁଲିସ ମିଳିତ ଭାବେ ବୁଧବାର ରାତିରେ ଉକ୍ତ ଆପାର୍ଟମେଣ୍ଟ ରେ ଚଢ଼ାଉ କରିଥିଲେ। ବେକରେ ଫାଶୀ ଲଗାଇ ଝୁଲନ୍ତା ଅବସ୍ଥାରେ ପୁଲିସ ସୁଧାଂଶୁଙ୍କୁ ଉଦ୍ଧାର କରି ପିପିଲି ମେଡିକାଲ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor