ପାରାମେଡିକାଲ କର୍ମଚାରୀଙ୍କୁ ସେବାମୁକ୍ତ କରିବା ପାଇଁ ନିର୍ଦେଶ
ଭୁବନେଶ୍ବର: ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନଏଚଏମ) ଅଧୀନରେ ବାହ୍ୟଠିକା (ଆଉଟସୋର୍ସିଂ) ଭିତ୍ତିରେ କାର୍ଯ୍ୟ କରୁଥିବା ପାରାମେଡିକାଲ କର୍ମଚାରୀଙ୍କୁ ସେବାମୁକ୍ତ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏନଏଚଏମ ମିଶନ ନିର୍ଦେଶିକ ଡ. ବୃନ୍ଦା ଡି. ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି। ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏବଂ କ୍ଷେତ୍ରସ୍ତରୀୟ ସେବା ପାଇଁ ନିୟମିତ ପଦବୀ ଖାଲିଥିବା କାରଣରୁ ଏହି ଆଉଟସୋର୍ସିଂ ପାରାମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିଲା।
ସମ୍ପୃକ୍ତ ପଦଗୁଡ଼ିକରେ ନିୟମିତ କ୍ୟାଡର କର୍ମଚାରୀମାନେ ନିଯୁକ୍ତି ପାଇବା ପରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ତୁରନ୍ତ ସେବାମୁକ୍ତ କରିବାକୁ ନିର୍ଦେଶ ଦିଆଯାଇଛି।
Powered by Froala Editor