ପୁଣି ଏସ୍ସିବିରେ ଲଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ରୋଗୀ
କଟକ: କଟକ ବଡ଼ ମେଡିକାଲ ନନ ଟ୍ରମା କାଜୁଆଲଟିରେ ପୁଣି ନିଆଁ । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବାବେଳେ ରୋଗୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନନ ଟ୍ରମା କାଜୁଆଲଟିରେ ଶହେରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିଲେ । ଧୂଆଁ ବାହାରିବା କାରଣରୁ ସ୍ମୋକ ଡିଟେକ୍ଟର ଅକ୍ଟିଭ ହୋଇଯାଇଥିଲା । ସଠିକ ସମୟରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏକ ପ୍ୟାନେଲ ବୋର୍ଡରେ ସର୍ଟସର୍କିଟ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି ।
Powered by Froala Editor