କୋକେଇ ଶୋଭାଯାତ୍ରା ବିଜେଡି ଓ କଂଗ୍ରେସ ବିଧାୟକ
ଭୁବନେଶ୍ଵର:ଏସସିବି ଅଗ୍ନିକାଣ୍ଡକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି। ଏହି ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି। ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ କଲେ ହୋହାଲ୍ଲା। ଏସସିବି ନିଆଁ ତାତିରେ ଗୃହ ହୁଲୁସ୍ତୁଲୁ। ବିଧାନସଭାରେ ପ୍ରତୀକାତ୍ମକ କୋକେଇ ଧରି ବୁଲିଲେ ବିରୋଧୀ।’ରାମ ନାମ ସତ୍ୟ ହେ’ ନାରାବାଜିରେ କମ୍ପିଲା ବିଧାନସଭା। ଧୋଇଗଲା ପ୍ରଶ୍ନକାଳ, ଚାଲିପାରିଲାନି ଗୃହ। ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। ସେପଟେ ବିଧାନସଭା ମୁଲତବୀ ପରେ ବିଜେଡି ଓ କଂଗ୍ରେସ ବିଧାୟକମାନେ କୋକେଇ ଶୋଭାଯାତ୍ରା କରିଛନ୍ତି। । ରାଜ୍ୟରେ ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିବା ବିରୋଧୀ ଅଭିଯୋଗ କରିଛି। ଅପରେସନ ସକ୍ସସେସଫୁଲ୍ ପେସେଣ୍ଟ ଡେଥ୍। ଆୟୁଷ୍ମାନ ଯୋଜନା ନୁହେଁ ତ ଶ୍ମଶାନ ଯୋଜନା କହି ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ କଟାକ୍ଷ କରିଛନ୍ତି।
Powered by Froala Editor