ସ୍ୱପ୍ନରେ ଏଭଳି ଦେଖୁଛନ୍ତିକି ମହାଦେବଙ୍କୁ, ହୋଇପାରେ ଶତ୍ରୁମାନଙ୍କର ବିନାଶ

ଅନେକ ସମୟରେ ମଣିଷ ଐଶ୍ୱରୀୟ ସ୍ୱପ୍ନ ଦେଖିଥାଏ । ବାସ୍ତୁ ଅନୁସାରେ ଏହି ସ୍ୱପ୍ନଗୁଡିକ କିଛି ଭିନ୍ନ ସଙ୍କେତ ଦେଇଥାଏ । ମହାଦେବଙ୍କୁ ସ୍ୱପ୍ନରେ ଦେଖିବା ଭବିଷ୍ୟତ ଉପରେ ଅନେକ ସଙ୍କେତ ପ୍ରଦାନ କରିଥାଏ । ଯଦି ଆପଣ ସ୍ୱପ୍ନରେ ମହାଦେବଙ୍କ ମନ୍ଦିର ଦେଖୁଛନ୍ତି, ତେବେ ଏହା ଅତ୍ୟନ୍ତ ଶୁଭଙ୍କର ଅଟେ । ଏହା ସଙ୍କେତ ଦିଏଯେ, ସମ୍ମୁଖୀନ ହେଉଥିବା ଗଭୀର ସମସ୍ୟା ଓ ରୋଗରୁ ମୁକ୍ତି ମିଳିବ । ଯଦି ସ୍ୱପ୍ନରେ ଭୋଳାନାଥଙ୍କ ନଟବର ରୂପ ଦେଖନ୍ତି, ତେବେ ଭାବନ୍ତୁ ନାହିେଁ. ଭୋଳାନାଥ ଆପଣଙ୍କ ଉପରେ ରାଗିଛନ୍ତି କିମ୍ବା କିଛି ଅସୁବିଧା ଆସିବାକୁ ଯାଉଛି । ବରଂ ଏହାଦ୍ୱାରା ମହାଦେବ ତାଙ୍କ ଭକ୍ତମାନଙ୍କୁ ଏହି ବାର୍ତା ଦିଅନ୍ତିଯେ, ତାଙ୍କର ଶତ୍ରୁମାନଙ୍କର ଶୀଘ୍ର ବିନାଶ ଘଟିବ । ଯଦି ମାତା ପାର୍ବତୀଙ୍କ ସହ ମହାଦେବଙ୍କୁ ସ୍ୱପ୍ନରେ ଦେଖନ୍ତି । ତେବେ ବୁଝିଯାଆନ୍ତୁଯେ, ବୈବାହିକ ଜୀବନକୁ ସୁଖ ଶାନ୍ତି ଆସୁଛି । କିନ୍ତୁ ଆପଣ ଏହି ସ୍ୱପ୍ନ ଦେଖି ସାରିବା ପରେ ଭୋଳାନଥ ଓ ମାତା ପାର୍ବତୀଙ୍କୁ ଜଳାଭିଷେକ କରନ୍ତୁ ଓ ମହୁ ଅର୍ପଣ କରନ୍ତୁ । ଯଦି ଆପଣ ସ୍ୱପ୍ନରେ ସାପ କିମ୍ବା ତ୍ରିଶୁଳ ଦେଖୁଛନ୍ତି ତେବେ, ବୁଝିଯାଆନ୍ତୁ ଆପଣ ଅନେକ କିଛି ଲାଭ କରିବାକୁ ଯାଉଛନ୍ତି । କାରଣ ସାପ ସ୍ୱପ୍ନରେ ଦେଖିବା ଦ୍ୱାରା ଘରକୁ ଆର୍ଥିକ ଲାଭର ସଙ୍କେତ ଦେଇଥାଏ । ତ୍ରିଶୁଳ ସମସ୍ତ ଅସୁବିଧା ନଷ୍ଟ ହେବାର ସଙ୍କେତ ଦେଇଥାଏ ଓ ପରିସ୍ଥିତିର ମୁକାବିଲା ପାଇଁ ସାହସ ଦେଇଥାଏ ।
Powered by Froala Editor