ଲୋକସେବା ଭବନର ଡେସ୍କ ଅଫିସର ନିଖୋଜ ଅଭିଯୋଗ

ଭୁବନେଶ୍ୱର: ଲୋକସେବାର ଭବନର ଜଣେ ଡେସ୍କ ଅଫିସର ନିଖୋଜ ନେଇ ଅଭିଯୋଗ ଆସିଛି । ତେବେ ସବୁ ଠାରୁ ବଡ଼ କଥା ହେଲା ଯେ, ସେ ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ମାସେ ହେଲା ନିଖୋଜ ଅଛନ୍ତି । ସଂସ୍କୃତି ବିଭାଗର ଡେସ୍କ ଅଫିସର ସନ୍ତୋଷ ଦଳବେହେରା ନିଖୋଜ ଅଛନ୍ତି । ତେବେ ତାଙ୍କ ନିଖୋଜ ପଛରେ ଉପରିସ୍ଥ ଅଧିକାରୀ ଦାୟୀ ବୋଲି ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ଅତ୍ୟଧିକ କର୍ମଚାପ ଯୋଗୁଁ ସନ୍ତୋଷ କିଛି ପଦକ୍ଷେପ ନେଇପାରିଥାନ୍ତି ବୋଲି ତାଙ୍କ ପତ୍ନୀ କହିଛନ୍ତି । ଏପରିକି ସ୍ୱାମୀଙ୍କୁ କେହି ଅପହରଣ କରିଥାଇପାରେ ବୋଲି ତାଙ୍କ ପତ୍ନୀ ସନେ୍ଦହ କରିଛନ୍ତି । ନିଖୋଜ ନେଇ ସେ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।
Powered by Froala Editor