ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ
ନୂଆଦିଲ୍ଲୀ: ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ । ୨୦୦୭ ମସିହାରୁ ୧୮ ବର୍ଷ ଧରି ଚାଲିଥିବା ଏହି ବାଣିଜ୍ୟ ଚୁକ୍ତିନାମା ପାଇଁ ଆଲୋଚନା ଶେଷରେ ସଫଳ ହୋଇଛି । ଐତିହାସିକ ଚୁକ୍ତିନାମା ଉପରେ ମୋହର ଲାଗିଥିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି । "ମଦର ଅଫ୍ ଅଲ୍ ଡିଲ୍ "କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଓ ୟୁରୋପ ଲୋକଙ୍କ ପାଇଁ ଏହା ବଡ଼ ସୁଯୋଗ ଆଣିବ । ଡିଲ୍ ଦ୍ବାରା ଉତ୍ପାଦନ କ୍ଷେତ୍ରରେ ଆହୁରି ବୃଦ୍ଧି ଘଟିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ୟୁରୋପୀୟ ସଂଘ ହେଉଛି ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର। ଉଭୟ ଦେଶ ବହୁ ବର୍ଷ ଧରି ଏକ ଏଫଟିଏ ବିଷୟରେ ଆଲୋଚନା କରିଆସୁଥିଲେ। ଭାରତ ଓ ୟୁରୋପୀୟ ସଂଘ ୨୦୦୭ ମସିହାରେ ଏଫ୍ଟିଏ ଉପରେ ଆଲୋଚନା ଆରମ୍ଭ କରିଥିଲେ। ୨୦୧୩ ମସିହାରେ, କିଛି ସମସ୍ୟା ଯୋଗୁ ଆଲୋଚନା ସ୍ଥଗିତ ରହିଥିଲା। ୨୦୨୨ ମସିହା ଜୁନରେ ଆଲୋଚନା ପୁଣି ଆରମ୍ଭ ହୋଇଥିଲା। ୧୮ ପର୍ୟ୍ୟାୟ ଆଲୋଚନା ପରେ ଏଫ୍ଟିଏ ଚୂଡ଼ାନ୍ତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି , ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଭାରତ-ୟୁକେ ବାଣିଜ୍ୟ ଚୁକ୍ତିନାମାକୁ ପରିପୂରକ। ଏହା ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ଓ ଆନୁଷଙ୍ଗିକ ସେବା କ୍ଷେତ୍ରକୁ ଲାଭ ଦେବ।
Powered by Froala Editor