ହିନ୍ଦୁ ଯୁବକଙ୍କୁ ପୋଡି ହତ୍ୟା କଲେ ଦୁର୍ବୃତ୍ତ
ଢାକା: ବାଂଲାଦେଶ ନରସିଙ୍ଗଡିରେ ଶୁକ୍ରବାର ରାତିରେ ୨୫ ବର୍ଷୀୟ ହିନ୍ଦୁ ଯୁବକଙ୍କୁ ପୋଡି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ଚଞ୍ଚଳ ଭୌମିକ ବୋଲି ଜଣାପଡ଼ିଛି। ସେ ଏକ ଗ୍ୟାରେଜରେ ଶୋଇଥିବା ବେଳେ କେହି ଜଣେ ନିଆଁ ଲଗାଇ ଦେଇଥିଲା। ନରସିଙ୍ଗଡି ଏସପି ଅବଦୁଲା ଅଲ୍ ଫାରୁକଙ୍କ ସୂଚନା ଅନୁସାରେ ଦୋକାନରେ ନିଆଁ ଲାଗିବା ସମୟରେ ନିକଟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଚଲାବୁଲା କରୁଥିଲା। ଅଗ୍ନିକାଣ୍ଡରେ ସେହି ସନ୍ଦିଗ୍ଧର ହାତ ରହିଛି କି ନାହିଁ ସେ ନେଇ ସିସିଟିଭି ଫୁଟେଜରୁ ଖୋଳତାଡ଼ କରାଯାଉଥିବା ପୁଲିସ ସୂଚନା ଦେଇଛି। ଦମକଳ କର୍ମୀ ଦୋକାନର ସଟର ତାଡି ଚଞ୍ଚଳଙ୍କୁ ଉଦ୍ଧାର କରିବା ସମୟରେ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନି ଏବଂ କାହାକୁ ଗିରଫ କରାଯାଇନି।
Powered by Froala Editor